ରାଜ୍ୟର ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତ, ୟେଲୋ ଜୋନ୍‌ରେ ଖୋର୍ଦ୍ଧା

Advertisment
ରାଜ୍ୟରେ କରୋନା ଗ୍ରାଫ୍‌ ପୁଣିଥରେ ଉପରମୁହାଁ: ଦିନକରେ ୭୭% ବଢ଼ିଲା ଦୈନିକ ସଂକ୍ରମଣ

sciencefocus.com

ଭୁବନେଶ୍ବର : ରବିବାର ଦିନ ରାଜ୍ୟର ୫୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ କରୋନା ଆକ୍ରାନ୍ତ ନଥିବା ନବରଙ୍ଗପୁରରେ ଜଣେ, ଢେଙ୍କାନାଳରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ଛାଇ ଯାଇଛନ୍ତି। ୩୦ଟି ଜିଲ୍ଲାରେ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସବୁଠୁ ଅଧିକ ୧୨୨୫ ଜଣ ସକ୍ରିୟ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଅଛନ୍ତି। ତେଣୁ ଆକ୍ରାନ୍ତଙ୍କ ଦୃଷ୍ଟିରୁ ଖୋର୍ଦ୍ଧା ଏବେ ୟେଲୋ ଜୋନ୍‌ରେ ଅଛି।

publive-image cntraveller.in

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ଦିନ ୫୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ୧୮ବର୍ଷରୁ କମ୍‌ ୬୯ଜଣ ଅଛନ୍ତି। ରବିବାର ଦିନ ୨୩୯ଜଣ ସୁସ୍ଥ ହୋଇଛନ୍ତି। ଶନିବାର ୧୬୬୪୧ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୫୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଦ୍ଧାରୁ ୨୦୪ଜଣ, କଟକରୁ ୧୧୮ଜଣ, ମୟୂରଭଞ୍ଜରୁ ୧୭, ପୁରୀରୁ ୩୭, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୪୨ଜଣ, ବାଲେଶ୍ବରରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲକାନଗିରି, କନ୍ଧମାଳ, ଗଞ୍ଜାମରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ବାକି ଜିଲ୍ଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe