ରାଜଧାନୀରେ କରୋନା ସଂକ୍ରମଣ ୧୫ହଜାର ନିକଟତର

Advertisment
କରୋନା ପାଇଁ ରାଜସ୍ବ ପର୍ଷଦ ୭୨ଘଣ୍ଟା ବନ୍ଦ

Anadolu Agency

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୧୫ହଜାର ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୪୬୦ କରୋନା ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୯୫୨ରେ ପହଞ୍ଚିଛି। ଗତ ୧୦ଦିନରେ ୪,୨୨୦ ରୋଗୀ ଚିହ୍ନଟ ହୋଇସାରିଲେଣି। ଚିହ୍ନଟ ୪୬୦ ରୋଗୀଙ୍କ ମଧ୍ୟରେ ୧୮୫ ସଙ୍ଗରୋଧରୁ ଓ ୨୭୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ‌ରୋଗୀଙ୍କ ମଧ୍ୟରେ ରାଧାକୃଷ୍ଣ ବସ୍ତି, ଶ୍ରୀରାମ ନଗର, ଆଳୁଗଦି ବସ୍ତି ଅଞ୍ଚଳ ରହିଛି। ଏହାବାଦ୍ ଏମ୍‌ସ, ରେଳବାଇ, କ୍ୟାପିଟାଲ ହସ୍ପିଟାଲ ବାଦ୍ ୨ଟି ଘରୋଇ ହସ୍ପିଟାଲରୁ ସଂଖ୍ୟାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀ, ଆଇଆରସି ଭିଲେଜ, ଜୟଦେବ ବିହାର, ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ଚନ୍ଦ୍ରଶେଖରପୁର, ପଟିଆ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ମଙ୍ଗଳାସାହି, ବେହେରାସାହି, ସାଲିଆସାହି, ପାଇକନଗର, କାରଗିଲ ବସ୍ତିକୁ ବାଦ୍ ଦେଲେ ଚନ୍ଦ୍ରଶେଖରପୁର, ପଟିଆ, ରସୁଲଗଡ଼, ନୂଆପଲ୍ଲୀ, ଆଇଆରସି ଭିଲେଜ, ଲକ୍ଷ୍ମୀସାଗର, ବଡ଼ଗଡ଼, ବମିଖାଲ ଆଦି ଅଞ୍ଚଳରରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଲାଗାତାର ଭାବେ ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ନିର୍ଦ୍ଦିଷ୍ଟ ଭାବେ କେଉଁଠାରେ ସଂକ୍ରମିତ ହେଉଛନ୍ତି, ତାହା ଜଣାପଡ଼ୁନାହିଁ। ରାଜଧାନୀରେ ଏବେ ସୁଦ୍ଧା ୯୭୫୫ରୋଗୀ ସୁସ୍ଥ ହୋଇସାରିଲେଣି। ମାତ୍ର ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୫୧୩୦କୁ ବୃଦ୍ଧି ପାଇଛି। ଆଜି ଭୁବନେଶ୍ବରରର ୨ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe