Representative image
ଫୁଲବାଣୀ : କନ୍ଧମାଳରେ କରୋନା ଗ୍ରାଫ ତଳକୁ। କେତେ ବେଳେ ସଂକ୍ରମିତ ସଂଖ୍ୟା ୨ ଅଙ୍କ ରହୁଛି ତ ଆଉ କେତେ ବେଳେ ୧ ଅଙ୍କରେ ସୀମିତ ରହୁଛି। ଗତ ୧୨ ତାରିଖରେ ୧୩ ଓ ଗତକାଲି ୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ସଂଖ୍ୟା ରହିଛି ମାତ୍ର ୬। ନୂଆ ୬ ସଂକ୍ରମିତଙ୍କ ମଧ୍ୟରେ ଫୁଲବାଣୀରୁ ୩, ଚକାପାଦରୁ ୨ ଜଣ ଥିବା ବେଳେ ଖଜୁରୀପଡ଼ାରୁ ଜଣେ ଅଛନ୍ତି। ସଂକ୍ରମିତ ସଂଖ୍ୟା ତଳକୁ ଖସୁଥିବା ବେଳେ ମୃତ୍ୟୁହାର ଉପରକୁ ରହୁଛି। ଗତକାଲି ଜଣକର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୩୨ ଥିବା ବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୭୫ ବର୍ଷର ଜଣେ ବୃଦ୍ଧ। ସଂକ୍ରମିତ ସଂଖ୍ୟା କମୁଥିବାରୁ ଏହା ବେଶ ଆଶ୍ବସ୍ତି ଆଣିଛି। ହେଲେ କରୋନା ମୃତ୍ୟୁ ହାର ବଢି ଚାଲିଥିବାରୁ ଚିନ୍ତା ବଢିଛି।
Follow Us