ଖୋର୍ଧାରେ ସଂକ୍ରମଣ ୨ଶହ ତଳକୁ ଖସିଲା, ଦିନକରେ ୧୬୯୫ ପଜିଟିଭ୍, ୧୫ ମୃତ

ରାଜଧାନୀରେ କରୋନା ସଂକ୍ରମଣ ୨୮ ହଜାର ଟପିଲା

Image Courtesy of The Times of India

ଭୁବନେଶ୍ୱର : ଗତ ୨ମାସ ଧରି ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ପାଲଟିଥିବା ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ଖସିବାରେ ଲାଗିଛି। ଏକାଦା ଦିନକରେ ୯ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ଖୋର୍ଧାରେ ଗତ ୨୪ଘଣ୍ଟାରେ ୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ‌ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୭୩୮କୁ ବୃଦ୍ଧି ପାଇଛି।
ଦିନକରେ ରାଜ୍ୟରେ ୪୦,୦୩୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୬୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା ପୂର୍ବଭଳି ଜାରି ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ମୟୂରଭଞ୍ଜ, ଭୁବନେଶ୍ବର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ, ବାଲେଶ୍ବର, ଗଜପତି, ସମ୍ବଲପୁର, ପୁରୀ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ ଓ ଅନୁଗୁଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି।

୧୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୬ଜଣ ସଙ୍ଗରୋଧ ଓ ୭୦୯ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ବାଲେଶ୍ବର ୧୨୮, ସୁନ୍ଦରଗଡ଼ ୧୧୦, କଟକ ୧୦୩, ନୂଆପଡ଼ା ୯୨, ଅନୁଗୁଳ ୮୩, ଜଗତସିଂହପୁର ୭୭, ବଲାଙ୍ଗୀର ୬୫, ଯାଜପୁର ୫୭, ବରଗଡ଼ ୫୬, ନବରଙ୍ଗପୁର ଓ ପୁରୀ ୫୧ ଲେଖାଏଁ, ଝାରସୁଗୁଡ଼ା, ମୟୂରଭଞ୍ଜ, ଗଞ୍ଜାମ ଓ କୋରାପୁଟ ୪୫ ଲେଖାଏଁ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ୪୨ ଲେଖାଏଁ, ମାଲକାନଗିରି ୩୭, କଳାହାଣ୍ଡି ୩୬, ଭଦ୍ରକ ଓ ଷ୍ଟେଟ୍‌ ପୁଲ ୩୫ ଲେଖାଏଁ, କନ୍ଧମାଳ ୩୪, ନୟାଗଡ଼ ୩୨, ସୋନପୁର ୨୪, ଢେଙ୍କାନାଳ ୨୩, ରାୟଗଡ଼ା ୧୭, ବୌଦ୍ଧ ଓ ଦେବଗଡ଼ ୧୧ ଲେଖାଏଁ, ଗଜପତି ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୯ ହଜାର ୫୮୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୬୧୩ ରୋଗୀ ସୁସ୍ଥ ହୋଇଛିନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe