ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୩୦ ସଂକ୍ରମିତ, ୫୫ ସୁସ୍ଥ

କୋଭିଡ୍‌ ପରୀକ୍ଷା ୬୫ ଲକ୍ଷ ଟପିଲା, ଦିନକରେ ୩୫୧ ପଜିଟିଭ୍, ୫ ମୃତ

The Financial Express

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଆଜି ସକାଳ ସୁଦ୍ଧା ୩୦ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟା ଅନୁସାରେ, ଆଜି ସକାଳ ସୁଦ୍ଧା ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୬, ବାଲିପାଟଣାରୁ ଜଣେ, ଭୁବନେଶ୍ବର ବ୍ଲକରୁ ୪ଜଣ, ଜଟଣୀ ବ୍ଲକ ଓ ପୌରାଂଚଳରୁ ୬, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ସର୍ବାଧିକ ୮ଜଣ, ବେଗୁନିଆରୁ ଜଣେ, ଟାଙ୍ଗୀରୁ ୩ଜଣ, ଚିଲିକା–ବାଲୁଗାଁରୁ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ଦ୍ବିତୀୟ ଦିନ ପାଇଁ ବାଣପୁର ବ୍ଲକ ଓ ପୌରାଂଚଳରୁ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନଥିବା ବେଳେ ବୋଲଗଡ଼ ବ୍ଲକରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨, ୨୫୮ ହୋଇଛି।

ଅପରପକ୍ଷରେ ଆଜି ସକାଳସୁଦ୍ଧା ୫୫ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧, ୮୩୭ ହୋଇଛି। ଗତ ସପ୍ତାହ ମଧ୍ୟରେ କୌଣସି ସଂକ୍ରମଣ ଜନିତ ମୃତ୍ୟୁ ରେକର୍ଡ କରାଯାଇନଥିବା ବେଳେ ୩୬୫ଜଣ ସଂକ୍ରମିତ ବର୍ତମାନ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe