ଖୋର୍ଦ୍ଧାକୁ ଛାଡ଼ି ବାକି ସବୁ ଜିଲ୍ଲା ଗ୍ରିନ୍‌ ଜୋନ୍‌ରେ, ଦୈନିକ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ହଜାରେ ତଳକୁ ଖସିବ

ରାଜ୍ୟରେ ଆଉ ୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

vallartadaily.com

ଭୁବନେଶ୍ବର : ରାଜ୍ୟରେ ‌କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ମୁହାଁ ହେଲାଣି। ଜାନୁଆରି ୫ ପରେ ରବିବାର ଦିନ ସବୁଠି କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ୬୩୦୩୭ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟର ଟିପିଆର୍‌ ମଧ୍ୟ କମିକି୧.୮୨%ରେ ପହଞ୍ଚିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧାକୁ ଛାଡ଼ି ସବୁ ଜିଲ୍ଲା ଏବେ ଗ୍ରିନ୍‌ ଜୋନ୍‌ରେ ଅଛନ୍ତି। ଖୋର୍ଦ୍ଧାରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୭ ଥିବାରୁ ଏହା ୟେଲୋ ଜୋନ୍‌ରେ ଅଛି। ଏଠାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଲେ ହିଁ ଏହା ଗ୍ରିନ୍‌ ଜୋନ୍‌କୁ ଆସିବ। ଅପରପକ୍ଷେ ଟିପିଆର୍‌ ଦୃଷ୍ଟିରୁ ଅନୁଗୁଳ ୟେଲୋ ଜୋନ୍‌ରେ ଅଛି। ଅନୁଗୁଳରେ ହଠାତ୍ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟିପିଆର୍‌ ବଢ଼ିଛି।

ରବିବାର ଦିନ ୧୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮୪୫ଜଣ ସୁସ୍ଥ ହୋଇଛନ୍ତି। ୨୨ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଅପରପକ୍ଷେ ପ୍ରତି ସୋମବାର ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଆସନ୍ତାକାଲି ଏହା ହଜାରେ ତଳକୁ ଖସିବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe