ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼, ବରଗଡ଼ରେ ଟିପିଆର୍‌ ୩୬.୩୧%

Advertisment
ନୂଆବର୍ଷ, ହକି ବିଶ୍ବକପକୁ ନେଇ ସତର୍କତା

Image Courtesy of National Geographic

ଭୁବନେଶ୍ବର : ରବିବାର ଦିନ ରାଜ୍ୟରେ ୧୦୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଟିପିଆର୍‌ ୫.୧୬%କୁ ବଢ଼ିଛି। ଶନିବାର ସାରା ରାଜ୍ୟରେ ୧୯୯୫୪ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୦୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଟିପିଆର୍‌ ଦୃଷ୍ଟିରୁ ବରଗଡ଼ ଜିଲ୍ଲା ରେକର୍ଡ ଭାଙ୍ଗିଛି। ଏଠାରେ ୧୭୯ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେ‌େଳ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବରଗଡ଼ରେ ଟିପିଆର୍‌ ୩୬.୩୧%ରେ ପହଞ୍ଚିଛି।

ସେହିପରି ରବିବାର ଦିନ ସୁନ୍ଦରଗଡ଼ରେ ସର୍ବାଧିକ ୨୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ ଏହା ଖୋର୍ଦ୍ଧାକୁ ପଛରେ ପକାଇଦେଇଛି। ରାଜ୍ୟରେ ମୋଟ୍ ୬୬୦୮ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏଥିରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୪୮୪ ଜଣ, ଖୋର୍ଦ୍ଧାରେ ୧୨୭୨ଜଣ ଆକ୍ରାନ୍ତ ଅଛନ୍ତି। ମାଲକାନଗିରିରେ ସବୁଠୁ କମ୍‌ ୩ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଗଞ୍ଜାମରେ ୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଅନ୍ୟ କୌଣସି ଜିଲ୍ଲାରେ ଏକ ଅଙ୍କ ବିଶିଷ୍ଟ ସକ୍ରିୟ ଆକ୍ରାନ୍ତ ନାହାନ୍ତି।

ଅପରପକ୍ଷେ ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍‌ ୧୭୫ଜଣ ଅଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ସେହିପରି ରବିବାର ଦିନ କୋଭିଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ମୋଟ୍ ମୃତକଙ୍କ ସଂଖ୍ୟା ୯୧୪୦ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe