୧୦୭ ଦିନ ପରେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମଣ

Advertisment

ଦିନକରେ ୩୪ ଆକ୍ରାନ୍ତ, ନବରଙ୍ଗପୁରରେ ସର୍ବାଧିକ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ଟପିଲା

ଦିନକରେ ୩୪ ଆକ୍ରାନ୍ତ, ନବରଙ୍ଗପୁରରେ ସର୍ବାଧିକ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ଟପିଲା

ଦିନକରେ ୫୧୫ କରୋନା ପଜିଟିଭ୍, ଜଣେ ମୃତ

India.com

ଭୁବନେଶ୍ବର : ୧୦୭ ଦିନର ବ୍ୟବଧାନ ପରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୬କୁ ବୃଦ୍ଧି ପାଇଛି।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୧୧ ତାରିଖରେ ରାଜ୍ୟରେ କରୋନା ସଂକ୍ରମଣ ଶୂନ ରହିଥିଲା। ପରବର୍ତୀ ସମୟରେ ଯଦିଓ ସଂକ୍ରମଣ ବଢ଼ିଥିଲା ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଥିଲା। ମାତ୍ର ଚଳିତମାସରେ ସଂକ୍ରମଣ ଦୁଇ ଅଙ୍କ ଛୁଇଁଥିଲା। ଚଳିତ ମାସ ୨୫ ତାରିଖରେ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ସଂଖ୍ୟା ଏବେ ପଛରେ ପଡ଼ି ଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୭୧୯ କୋଭିଡ ନମୁନା ପରୀକ୍ଷା ହୋଇଛି। ନବରଙ୍ଗପୁରରୁ ସର୍ବାଧିକ ୧୪, କଟକ ୮, ସୁନ୍ଦରଗଡ଼ ୫, ସମ୍ବଲପୁର ୪, ଖୋର୍ଧା, କୋରାପୁଟ, ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତମାସରେ ଆଜି ପର୍ଯ୍ୟନ୍ତ ୨୨୩ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ବିଶେଷକରି ନବରଙ୍ଗପୁର ଜିଲ୍ଲାରେ ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର କରୋନା ଜନିତ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ହୋଇପାରିନାହିଁ।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଫିଭର କ୍ଲିନିକ୍ ଓ ସ୍ବାସ୍ଥ୍ୟାନୁଷ୍ଠାନରେ ଶଯ୍ୟା ସଂରକ୍ଷିତ ରଖିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ଚିଠି ଜାରି ହୋଇଛି। ଏହାସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ରାଜ୍ୟମାନଙ୍କୁ କରୋନା ନେଇ ସତର୍କ ରହିବାକୁ କୁହାଯାଇଛି। ମାତ୍ର ରାଜ୍ୟମାନେ ଠିକ୍‌ରେ ଟେଷ୍ଟିଂ କରୁ ନ ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe