ରାଜ୍ୟରେ ଦୁଇଦିନରେ ୪୬୦ ଆକ୍ରାନ୍ତ ଚିହ୍ନଟ

ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୯୩କୁ ବୃଦ୍ଧି, ଆଉ ଜଣେ ମୃତ

ଚିନ୍ତା ବଢ଼ାଉଛି କେରଳ: ଏପ୍ରିଲରେ ଚିହ୍ନଟ ହେଲେଣି ୫୪ହଜାର କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ଉପରେ ଜାରି ରହିଛି। ଗତ ୨ଦିନରେ ରାଜ୍ୟରେ ୪୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାସହ ଚଳିତ ଲହରରେ ଦ୍ବିତୀୟ କରୋନା ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ କରୋନା ସଂକ୍ରମଣ ୧୧ହଜାର ଟପିଥିବା ବେଳେ ଓଡ଼ିଶାରେ ବି ସଂକ୍ରମଣ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ୨୫୮ ଓ ଆଜି ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୯୩କୁ ବୃଦ୍ଧି ପାଇଛି। ଆଉ ୧୭୩ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏହାସହ ଝାରସୁଗୁଡ଼ାର ୬୫ବର୍ଷର ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଡା.ଅଶୋକ ପାଇକରାୟ କହିଛନ୍ତି, ଚଳିତ ଲହରରେ ପୂର୍ବରୁ ଜଣେ ପ୍ରାଣ ହରାଇଥିଲେ। ଝାରସୁଗୁଡ଼ାର ଆଉ ଜଣେ ପ୍ରାଣ ହରାଇଥିବା ପରେ ଏଥର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ାର ସଂପୃକ୍ତ ମହିଳାଙ୍କ ଏକାଧିକ ଜଟିଳ ରୋଗ ରହିଥିବା ଡା.ପାଇକରାୟ କହିଛନ୍ତି।

ଅପରପକ୍ଷରେ ଏସ୍‌ସିବି ମେଡିକାଲ କଲେଜରେ ଜଣେ ୮୦ବର୍ଷର ବୃଦ୍ଧ କରୋନାରେ ପ୍ରାଣ ହରାଇଥିବା ଘଟଣାକୁ ଏସ୍‌ସିବି କର୍ତୃପକ୍ଷ ଖଣ୍ଡନ କରିଛନ୍ତି। ମାତ୍ର ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଏସ୍‌ସିବି କୋଭିଡ ନୋଡାଲ ଅଧିକାରୀ ସ୍ପଷ୍ଟ କହିଛନ୍ତି। ତେବେ ରାଜ୍ୟରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧି ପାଇବା ପଛରେ ଓମିକ୍ରନ୍‌ର ଉପ-ପ୍ରଜାତି ଏକ୍ସବିବି ୧.୧୬ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେତିକି ସଂଖ୍ୟକ ନିକଟରେ ଆରଏମ୍‌ଆରସିକୁ ପଠାଯାଇଛି ତାହାର ରିପୋର୍ଟ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe