TV9 Bharatvarsh
ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ଶହ ଟପିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଆଢ଼େଇ ହଜାର ନିକଟତର ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଛତିଶଗଡ଼ ସୀମାରେ ଥିବା ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲ୍ଲାରେ ସଂକ୍ରମଣ ବଢ଼ୁଛି। ଏଥିପାଇଁ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ରାଜ୍ୟରେ ଶୀର୍ଷ ସଂକ୍ରମଣ ହୋଇ ସାରିଥିବା ବେଳେ ପ୍ଲାଟ୍ୟୁ ସ୍ତରକୁ ଆସିଛି। ମାତ୍ର ସ୍ଥିର ହେବା ପର୍ଯ୍ୟନ୍ତ ସତର୍କ ରହିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩୧ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୧୯୭ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Follow Us