ପଜିଟିଭ୍ ହାରରେ ବି ସର୍ବକାଳୀନ ଦିନିକିଆ ରେକର୍ଡ, ସୁନ୍ଦରଗଡ଼ ଜିଲ୍ଲାର ପଜିଟିଭ୍ ହାର ୫୫%

Advertisment
ରାଜ୍ୟରେ କରୋନା ଉପରମୁହାଁ: ଟିପିଆର ୧% ଟପିଲା

DNA India

ରାଉରକେଲା: ଜିଲ୍ଲାରେ କୋଭିଡ୍ ପଜିଟିଭ୍ ହାର ଆଜି ସୀମା ପାର୍ କରିଛି। ଆଜି ଜିଲ୍ଲାର ପଜିଟିଭ୍ ହାର ୫୫% ରହିଛି; ଯାହାକି ସର୍ବକାଳୀନ ଦିନିକିଆ ସର୍ବାଧିକ। ଆଜି ଜିଲ୍ଲାରେ ମୋଟ୍ ୨୬୩୩ ଜଣଙ୍କ ନମୁନା ଟେଷ୍ଟ୍ କରାଯାଇଥିଲା। ଆର୍‌ଟିପିସିଆର୍ରେ ୭୬୭ ଓ ଆଣ୍ଟିଜେନରେ ୧୮୬୬ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୧୪୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିର ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ୧୦ ବର୍ଷରୁ ତଳକୁ ୭୦ ଜଣ ଓ ୧୧-୧୭ ବର୍ଷ ବର୍ଗର ୧୪୫ ଜଣ, ମୋଟ୍ ୨୧୫ ଜଣ ନାବାଳକ/ନାବାଳିକା, ଶିଶୁ ଅଛନ୍ତି।

ଆଜି ମଧ୍ୟ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଉରକେଲାରୁ ୫୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଟାଉନରୁ ୧୭୦ ଜଣ, ବାଲିଶଙ୍କରା ବ୍ଲକରୁ ୫୮ ଜଣ, ବିଶ୍ରାରୁ ୫୨, ହେମଗିରରୁ ୪୦, ଲହୁଣୀପଡ଼ାରୁ ୬୧, ନୂ୍ଆଗାଁରୁ ୬, ସୁନ୍ଦରଗଡ଼ ସଦର ବ୍ଲକରୁ ୧୭, ଟାଙ୍ଗରପଲ୍ଲୀରୁ ୫୯, ବଡ଼ଗାଁରୁ ୫୬, ବଣାଇଁରୁ ୩୭, କୁଆରମୁଣ୍ଡାରୁ ୨୨, ଲାଠିକଟାରୁ ୪୯, ରାଜଗାଙ୍ଗପୁରରୁ ୩୪, ସବଡେଗାରୁ ୪୯, କୋଇଡ଼ାରୁ ୨୭, ବୀରମିତ୍ରପୁର ପୌରପାଳିକାରୁ ୫୫, ଗୁରୁଣ୍ଡିଆରୁ ୨୫, କୁତ୍ରାରୁ ୫୯ ଓ ଲେଫ୍ରିପଡ଼ାରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe