ଭିସୁଟ୍‌ କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ, ଅଫ୍‌ଲାଇନ ପାଠପଢ଼ା ଓ ପରୀକ୍ଷା ବାତିଲ

Advertisment
ଚନ୍ଦ୍ରଯାନ-୩ ଟିମରେ ଭିସୁଟରୁ ଉର୍ତ୍ତୀର୍ଣ୍ଣ ୧୪ ବୈଜ୍ଞାନିକ

ବୁର୍ଲା :  ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୌଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଗତ ତିନିଦିନ ମଧ୍ୟରେ ୨୨ରୁ ବେଶୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ବାଧ୍ୟହୋଇ ଭିସୁଟ୍‌ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଭିସୁଟ୍ କୁଳପତି ପ୍ରଫେସର ବଂଶିଧର ମାଝୀ ସୂଚନା ଦେଇଛନ୍ତି। ଭିସୁଟ୍‌ରେ ଗୁରୁବାରଠାରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଅଫ୍‌ଲାଇନ୍ ପରୀକ୍ଷାକୁ ବାତିଲ କରାଯାଇଛି।

ଗୁରୁବାର ଦିନ କ୍ୟାମ୍ପସରେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ପରେ ଯେଉଁ ଛାତ୍ରଛାତ୍ରୀଙ୍କ କୋଭିଡ ନେଗେଟିଭ୍ ବାହାରିଛି, ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି, ସେମାନଙ୍କୁ ସଂଗରୋଧରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସୁଟ୍‌ର ଅଙ୍ଗିରା ଛାତ୍ରାବାସରେ ବ୍ୟବସ୍ଥା କରାଯାଇଛି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀମାନେ ଅଂଗିରା ଛାତ୍ରାବାସରେ ସଂଗରୋଧରେ ରହିଛନ୍ତି। ଅନ୍ୟ ପଟେ ଆସନ୍ତା ୧୦ ତାରିଖରୁ ସମସ୍ତ କ୍ଲାସ୍ ଅନ୍‌ଲାଇନ୍‌ରେ ହେବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଅଣକୋଭିଡ ଛାତ୍ରଛାତ୍ରୀମାନେ ଆଜି ଭିସୁଟ୍ କ୍ୟାମ୍ପସ ଛାଡି ନିଜ ନିଜ ଘରକୁ ଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe