ରାଜ୍ୟମାନଙ୍କରେ କରୋନା ସଂକ୍ରମିତ ତଥା ମୃତ୍ୟୁ ସଂଖ୍ୟା ବୃଦ୍ଧି, କେନ୍ଦ୍ର ପୁଣି ଜାରି କରିପାରେ ନୂଆ ଗାଇଡ୍‌ଲାଇନ୍‌

Advertisment

୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ

୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଦୀର୍ଘକାଳୀନ ଅସୁସ୍ଥତା ପଛରେ ବିଭ୍ରାନ୍ତିକର ଆଣ୍ଟିବଡି

Noticieros Televisa

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୂର୍ବ ଅପେକ୍ଷା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଅନେକ ରାଜ୍ୟରେ ଆଗକୁ ସଂକ୍ରମିତମାନଙ୍କର ଚିକିତ୍ସାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଏଭଳି ଆଶଙ୍କାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ରାଜ୍ୟମାନଙ୍କର ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରି କିଛି ଆବଶ୍ୟକ ଗାଇଡଲାଇନ୍ସ ଜାରି କରିପାରନ୍ତି ବୋଲି ଜଣାପଡିଛି। ବର୍ତ୍ତମାନ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟମାନଙ୍କୁ କଟକଣା କଡାକଡ଼ି କରିବା, ଟେଷ୍ଟିଂ ବଢ଼ାଇବା ସହିତ କନ୍‌ଟ୍ରାକ୍ଟ ଟ୍ରେସିଂ ଉପରେ ଗୁରୁତ୍ବ ଦେଉଛନ୍ତି।

publive-image News Nation English

ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନାର କରିବାର କାର୍ଯ୍ୟକ୍ରମ ରହିଛି।

ଗତ ଏକ ସପ୍ତାହରେ ବିଶେଷ କରି ଓଡ଼ିଶା, ପଶ୍ଚିମବଂଗ, ଆସାମ ଓ ବିହାରରେ କରୋନା କାୟା ମେଲାଇବାରେ ଲାଗିଛି। କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ସୁଦ୍ଧା ରାଜ୍ୟମାନଙ୍କରୁ ଯେଉଁସବୁ ଫିଡ୍‌ବ୍ୟାକ୍‌ ମିଳିଛି ସେଥିରେ ଅନଲକ୍‌-୨ରେ ଲୋକମାନଙ୍କ ଦ୍ବାରା ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇନଥିବାରୁ ସ୍ଥିତି ବିଗିଡିଥିବାର କୁହାଯାଉଛି। ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ମାସ ପ୍ରଥମ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବୈଠକ କରି ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ଅନେକ ରାଜ୍ୟ ସେସବୁର ଠିକ୍‌ ଭାବେ ପାଳନ କରିନଥିଲେ ବୋଲି କୁହାଯାଉଛି। କିଛି ରାଜ୍ୟ ସମଗ୍ର ରଣନୀତି ପାଇଁ କେନ୍ଦ୍ରର ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି। ଏମିତିରେ କେନ୍ଦ୍ର ସରକାର ପୁଣି ଥରେ ଗାଇଡଲାଇନ୍ସରେ ପରିବର୍ତ୍ତନ କରି ନୂଆ ଗାଇଡଲାଇନ ଆଣିବା ପାଇଁ ଯୋଜନା କରୁଛନ୍ତି, ଯାହାଦ୍ବାରା କୋଭିଡ ପ୍ରଟୋକଲର ପାଳନ ପାଇଁ ନିୟମ କଡ଼ାକଡ଼ି ହେବ।

publive-image egov.eletsonline.com

ଇତିମଧ୍ୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି ଓଡ଼ିଶା ସମେତ ୯ଟି ରାଜ୍ୟ ସହିତ କୋଭିଡ-୧୯ ପରିଚାଳନା ନେଇ ସମୀକ୍ଷା କରିଛନ୍ତି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟମାନେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ୯ ରାଜ୍ୟ କୋଭିଡ-୧୯ ପରୀକ୍ଷଣ ଉପରେ ଅଧିକ ଗୁରୁତ୍ବ ଦେବାକୁ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୁହାଯାଇଛି।

ଅବରୋଧ ଅଞ୍ଚଳରେ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା‌ ‘ଟେଷ୍ଟ ଟ୍ରାକ୍‌ ଟ୍ରିଟ୍‌’ କୌଶଳକୁ ରାଜ୍ୟମାନେ ଆପଣେଇବାକୁ କ୍ୟାବିନେଟ୍‌ ସଚିବ ଗୁରୁତ୍ବା‌ରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe