ଜୟପୁରରେ ବିଗୁଡୁଛି କରୋନା ସ୍ଥିତି : କ୍ୱାରେଣ୍ଟାଇନରୁ କମ୍‌, ଲୋକାଲରୁ ଅଧିକ

ପ୍ରଶାସନର ବଢୁଛି ଚିନ୍ତା, ଅଚିନ୍ତାରେ ଜନତା

ଜୟପୁରରେ ବିଗୁଡୁଛି କରୋନା ସ୍ଥିତି : କ୍ୱାରେଣ୍ଟାଇନରୁ କମ୍‌, ଲୋକାଲରୁ ଅଧିକ

Thinking Particle

ଜୟପୁର : ଜୟପୁରରେ କାୟା ମେଲାଇବାରେ ଲାଗିଛି ମହାମାରୀ କରୋନା। ଦିନକୁ ଦିନ ସହରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ପରିସ୍ଥିତି ଏପରି ହୋଇଛି ଯେ କ୍ୱାରାଣ୍ଟାଇନରେ ଥିବା ରୋଗୀଙ୍କ ସଂଖ୍ୟା କମ୍ କରୋନାରେ ଆକ୍ରାନ୍ତ ହେଉଥିବାବେଳେ ଲୋକାଲ କଣ୍ଟାକ୍ଟଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗାଁ ଅପେକ୍ଷା ସହରରେ ବିଗୁଡୁଛି ସ୍ଥିତି । କିଛି ଅମାନିଆଙ୍କ ପାଇଁ ଭୋଗୁଛନ୍ତି ସହରବାସୀ । ଏହି ବର୍ଦ୍ଧିତ ହାର ଜୟପୁର ପ୍ରଶାସନର ଚିନ୍ତା ବଢାଇଥିବାବେଳେ ଏବେ ବି ବେପରୁଆ ଭାବେ ବୁଲୁଛନ୍ତି ଲୋକେ । କରୋନା କଟକଣାକୁ ମାନିବେ କ’ଣ ବରଂ ଏହାକୁ ବେଖାତିର କରି ସାହି ଲୋକଙ୍କ ଜୀବନ ପ୍ରତିି ବିପଦ ଟାଣି ଆଣୁଛନ୍ତି । ଅନ୍ୟପକ୍ଷରେ ଲଗାତାର ତିନି ଦିନ ମଧ୍ୟରେ ୧୬ ଆକ୍ରାନ୍ତ କେବଳ ଜୟପୁରରେ ହିଁ ଚିହ୍ନଟ ହେଲେଣି । ଆଜି ସହରରେ ୧୧ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ପ୍ରଶାସନ ତରଫରୁ ସେମାନଙ୍କୁ କୋଭିଡ ହସପିଟାଲକୁ ଆଣି ଭର୍ତ୍ତି କରାଯାଇଛି।

publive-image New Indian Express

ପୌରପାଳିକାର ଖାଲ ସାହିରେ ପୂର୍ବରୁ ଜଣେ ବାହାରିଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଇରିଗେସନ କଲୋନୀର ୨୮ ବର୍ଷୀୟ ଯୁବକଙ୍କ ତିନି ଜଣ ସମ୍ପର୍କୀୟ କରୋନା ପଜେଟିଭ ବହାରିଥିବାବେଳେ ମହାରାଣୀ ପେଟା ଜଣେ, ଗୌଡସାହିରେ ଜଣେ, ପାଇଲସାହିରେ ଦୁଇଜଣ, ମହିଳା ମହାବିଦ୍ୟାଳୟର ପଛ ପଟ ସାହିରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଜୟପୁର କୋଭିଡ ମେଡିକାଲରେ କରୋନା ଯୋଦ୍ଧା ମଧ୍ୟ ଏହି ମାରାମାରୀର ଶିକାର ହୋଇଥିବା ଜଣାପଡିଛି । ଖାଲ ସାହିରୁ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ୱାସ୍ଥ୍ୟ କର୍ମୀ ସଂକ୍ରମଣ ହେଇଥିବା ଜଣାପଡିଥିବା ବେଳେ ଲିଙ୍ଗରାଜ ନଗରରୁ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୩ ଜଣ ସଂକ୍ରମିତ ହେଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ସଂପ୍ରତି ନୂତନ ଭାବେ ସହରର ପାଇଲ ସାହିରୁ ଦୁଇ ଜଣ(ଜଣେ ଆନ୍ଧ୍ର ଫେରନ୍ତା ଓ ଜଣେ ରାୟଗଡା ଫେରନ୍ତା), ମହାରାଣୀ ପେଟାରୁ ଜଣେ ଓ କୋଭିଡ ହସପିଟାଲରୁ ଜଣେ , ମହାବିଦ୍ୟାଳୟର ପଛପଟ ସାହିରୁ ଜଣେ ଏବଂ ଜୟପୁର ବ୍ଳକର ବିରଫୁଲଗୁମ୍ମା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଗତ ୮ ତାରିଖରେ ଖାଲ ସାହିରୁ ଚିହ୍ନଟ ହୋଇ ଥିବା ରୋଗୀ ଓ ଏହା ପରଦିନ ଲିଙ୍ଗରାଜ ନଗରରୁ ଜଣେ ଚିହ୍ନଟ ହେବା ପରେ ସେହି ଦୁଇଟି ଅଚଂଳକୁ ସିଲ କରି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ । ସଂପ୍ରତି ସେହି ଦୁଇଟି ସାହିରୁ ପୁଣି କରୋନା ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନର ଅବଧୀକୁ ବଢାଇ ଦିଆଯାଇଛି । ସହରର ଅନ୍ୟ ଚାରୋଟି ସାହି ଯଥା, ମହାରାଣୀପେଟା, ପାଇଲ ସାହି, ଗୌଡ ସାହି ଓ ମହାବିଦ୍ୟାଳୟ ପଛପଟ ଅଚଂଳ ସମେତ ବ୍ଳକର ବିରଫୁଲଗୁମ୍ମା ଗ୍ରାମର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଭବେ ପାଚଂ ଦିନ ପାଇଁ ସିଲ କରିଦିଆଯାଇଥିବାର ସୁଚନା ଦେଇଛନ୍ତି ଜିଲ୍ଲାପାଳ ମଧୁସୁଦନ ମିଶ୍ର।

ଚିହ୍ନଟ ହୋଇଥିବା ୪୨ ଜଣ କରୋନା ପଜେଟିଭ ରହିଥିବାବେଳେ ୨୭ଜଣ ପୁରୁଷ ଓ ୧୫ଜଣ ମହିଳା ରହିଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି । ତେବେ ସବୁଠୁ ବଡ କଥା ହେଲା ଏକାଧିକ ରୋଗୀ ସ୍ଥାନୀୟ ଲୋକଙ୍କ ସମ୍ପର୍କରେ ଆସିଥିବାବେଳେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀଙ୍କର ଯୋଗାଯୋଗରେ ରହିଥିବା ରୋଗୀଙ୍କୁ ଚିହ୍ନ‌ଟ କରାଯାଇନାହିଁ । ଫଳରେ ଜୟପୁରରେ ଦିନକୁ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଲିଙ୍ଗରାଜ ନଗରରୁ ବାହାରିଥିବା କରୋନା ଆକ୍ରାନ୍ତ କାଳେ ଏକ ଘରୋଇ ଡାକ୍ତରଙ୍କ ନିକଟକୁ ଯାଇ ସେଠାରେ ଚିକିତ୍ସା କରାଇଥିଲେ । ହେଲେ ସେ କାହା ସମ୍ପର୍କରେ ଆସିଛନ୍ତି କି ନାହିଁ ତାହା ଏବେ ଯାଏ ଜଣାପଡୁନାହିଁ । ଏହାସହ ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସି ଲୋକେ ସ୍ୱାବ ଦେଇ ବାହାରେ ବୁଲୁଥିବାରୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି । ଦାୟିତ୍ୱରେ ରହିଥିବା ୱାର୍ଡକର୍ମୀ ଓ ଅଙ୍ଗନବାଡି କର୍ମୀ ଏହାକୁ ତନଖୀ କରୁ ନ ଥିବାରୁ ସହରରେ ଏହି ସଂଖ୍ୟା ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe