ଚିନ୍ତା ବଢ଼ାଉଛି କେରଳ: ଏପ୍ରିଲରେ ଚିହ୍ନଟ ହେଲେଣି ୫୪ହଜାର କରୋନା ଆକ୍ରାନ୍ତ

ଚିନ୍ତା ବଢ଼ାଉଛି କେରଳ: ଏପ୍ରିଲରେ ଚିହ୍ନଟ ହେଲେଣି ୫୪ହଜାର କରୋନା ଆକ୍ରାନ୍ତ

ଭୁବନେଶ୍ବର : ‌କେରଳରେ କରୋନା ସଂକ୍ରମଣ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କେବଳ ଏପ୍ରିଲ ମାସରେ କେରଳରେ ୫୪,୭୧୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟରେ ସଂକ୍ରମଣ ହାର(ଟିପିଆର) ୨୬ ପ୍ରତିଶତ ଥିବା ବେଳେ ୧୪ରୁ ୧୧ଟି ଜିଲ୍ଲାରେ ଟିପିଆର ୨୧ ପ୍ରତିଶତ ରହିଛି। ପ୍ରତିଦିନ କେରଳରୁ ପ୍ରାୟ ୨୧ଶହ ଆକ୍ରାନ୍ତ ବାହାରୁଛନ୍ତି ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ୩୯ ପ୍ରତିଶତ କେବଳ କେରଳରୁ ରହିଛନ୍ତି।

ତେବେ କେରଳ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ବିଶେଷଜ୍ଞମାନେ ଭିନ୍ନ ମତ ରଖିଛନ୍ତି। କିଛି ବିଶେଷଜ୍ଞ ଏହା ରାଜ୍ୟ ସରକାରଙ୍କ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିଥିବା ବେଳେ ଅନେକ ରାଜ୍ୟ ସରକାର ସର୍ବାଧିକ ଆଣ୍ଟିଜେନ୍‌ ପରୀକ୍ଷା କରୁଥିବାରୁ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରୁଥିବା କହିଛନ୍ତି। ମାତ୍ର ସବୁ ଆକ୍ରାନ୍ତଙ୍କ ରିପୋର୍ଟ କରାଯାଉନାହିଁ। ଅପରକ୍ପକ୍ଷରେ ସ୍ଥାନୀୟ ସରକାର କୋଭିଡ ସଂକ୍ରମଣକୁ ସାଧାରଣ ଫ୍ଲୁ ଭଳି ବିଚାର କରୁଛନ୍ତି। ଏଥିପାଇଁ କୌଣସି ସ୍ବତନ୍ତ୍ର କମିଟି ଗଠନ କରାଯାଇନାହିଁ। ମାତ୍ର ଜିଲ୍ଲାସ୍ତରରେ ଆକ୍ରାନ୍ତଙ୍କ ଉପରେ ନଜର ରଖାଯାଉଛି। ୱାଇନାଡ୍‌, ଏର୍ଣ୍ଣାକୁଲମ ଓ ଇଡୁକ୍କି ଭଳି ଜିଲ୍ଲାରେ ଟିପିଆଇ ୩୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟ ୮ଟି ଜିଲ୍ଲାରେ ଟିପିଆର ୨୦ ପ୍ରତିଶତରୁ ଅଧିକ ଦେଖିବାକୁ ମିଳିଛି।

ସେହିପରି କେରଳରେ ଚଳିତମାସରେ ଯେତିକି କୋଭିଡ ମୃତ୍ୟୁ ହୋଇଛି ତହିଁରେ ସର୍ବାଧିକ ୬୦ ବର୍ଷରୁ ଅଧିକ ରୋଗୀ ରହିଛନ୍ତି। ରାଜ୍ୟରେ ୧୬.୫ ପ୍ରତିଶତରୁ ଅଧିକ ୬୦ବର୍ଷରୁ ଅଧିକ ଲୋକ ରହିଛନ୍ତି, ଯାହାକି ଦେଶରେ ସର୍ବାଧିକ। ତେଣୁ ବୟସ୍କଙ୍କ ସ୍ବତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଶେଷଜ୍ଞଙ୍କ ମତରେ ମୃତ୍ୟୁ ହାର ଅଧିକ ନ ହେଲେ ସଂକ୍ରମଣକୁ ନେଇ ଏତେଟା ଚିନ୍ତା କରିବାର ଆବଶ୍ୟକତା ନାହିଁ। ରାଜ୍ୟରେ ସର୍ଭେଲାନ୍‌ସ ବ୍ୟବସ୍ଥା ବେଶ ଭଲ ରହିଥିବାରୁ ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି। କେରଳରେ ଟେଷ୍ଟିଂ ହାର ବହୁତ କମ୍ ରହିଛି। ସ୍ଥାନୀୟ ସରକାର କେବଳ ଆଟି-ପିସିଆରେ ଚିହ୍ନଟ ଆକ୍ରାନ୍ତଙ୍କ ରିପୋର୍ଟ କରୁଛନ୍ତି। ମାତ୍ର ରାଜ୍ୟରେ ବହୁ ସଂଖ୍ୟାରେ ଆଣ୍ଟିଜେନ୍ ହେଉଛି। ବହୁସଂଖ୍ୟାରେ ଲୋକମାନେ ନିଜ ଘରେ ପରୀକ୍ଷା କରୁଛନ୍ତି। ତେଣୁ ରାଜ୍ୟରେ ପ୍ରକୃତରେ ଯେତିକି ଆକ୍ରାନ୍ତଙ୍କ ରିପୋର୍ଟ ହେଉଛି ତା’ଠାରୁ ଯଥେଷ୍ଟ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। କରୋନା ଲକ୍ଷଣ ଥିବା ଲୋକମାନେ ଘରେ ରହୁଥିବା ‌ବେଳେ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଛନ୍ତି। ଯେଉଁମାନେ ଡାକ୍ତରଙ୍କ ପାଖକୁ ଆସୁଛନ୍ତି ସେମାନେ ପରୀକ୍ଷା କରିବାକୁ ଇଚ୍ଛୁକ ନ ଥିବା ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe