ରାଜ୍ୟରେ ବଢ଼ୁଛି କରୋନାର ଦୈନିକ ସଂକ୍ରମଣ

Advertisment

୨୨୮ ପଜିଟିଭ୍, ୨ ମୃତ, ଖୋର୍ଧାରେ ସଂକ୍ରମଣ ଶହେ ଟପିଲା

୨୨୮ ପଜିଟିଭ୍, ୨ ମୃତ, ଖୋର୍ଧାରେ ସଂକ୍ରମଣ ଶହେ ଟପିଲା

ବିଶ୍ୱବ୍ୟାପି କୋଭିଡ ସଂକ୍ରମଣରେ ୨୪% ହ୍ରାସ

cntraveller.in

ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣରେ ଧୀରେ ଧୀରେ ବୃଦ୍ଧି ହେଉଛି। ଗତ ୩ଦିନ ଧରି ଏହି ଧାରା ଜାରି ରହିଛି। କେବଳ ସଂକ୍ରମଣ ବଢ଼ୁନାହିଁ, ସଂକ୍ରମଣର ରିପ୍ରଡକସନ୍‌ ବା ଆର୍‌ ଭ୍ୟାଲୁ ଏବେ ୧ ନିକଟତର ହୋଇଛି। ଚଳିତମାସ ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆର୍‌ ଭ୍ୟାଲୁ ୦.୮୬ ରହିଛି। ଯେ‌ହେତୁ ଦୈନିକ ସଂକ୍ରମଣ ଏବେ ବଢ଼ି ଚାଲିଛି, ତେଣୁ ଆର୍‌ ଭ୍ୟାଲୁ ଖୁବଶୀଘ୍ର ୧ ପାର୍ କରିପାରେ। ଏଭଳି ସ୍ଥିତି ଉପୁଜିଲେ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ବେଘଙ୍ଗାଲୁରୁ ସ୍ଥିତ ଆଇଆଇଏମ୍‌ଏସ୍‌ର ପ୍ରଫେସର ସୀତାଭ୍ର ସିହ୍ନା କହିଛନ୍ତି, ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ କଟକରେ ଆର୍‌ ଭ୍ୟାଲୁ ୦.୯୬ରେ ପହଞ୍ଚି ଯାଇଛି। ସେହିପରି ଭୁବନେଶ୍ବରରେ ଏହା ୦.୮୭ ଥିବା ବେଳେ ଖୋର୍ଧାରେ ସାମାନ୍ୟ କମ୍ ୦.୮୧ ରହିଛି। ଯେହେତୁ ଗତ କିଛିଦିନ ହେବ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି। ଯେହେତୁ ଏ ପର୍ଯ୍ୟନ୍ତ ସ୍ଥିର ସଂଖ୍ୟା ଉପଲବ୍ଧ ହେଉନାହିଁ, ତେଣୁ ଆର୍‌ ଭ୍ୟାଲୁ ୧ ପାର୍ କରିଛି କି ନାହିଁ କହିବା ମୁସ୍କିଲ୍ ବୋଲି ପ୍ରଫେସର ସିହ୍ନା କହିଛନ୍ତି।

publive-image Newsweek

ରାଜ୍ୟ‌ରେ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗତକାଲି ସୁଦ୍ଧା ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା କେବଳ ବିଦେଶ ଫେରନ୍ତାଙ୍କ ଭିତରେ ସୀମିତ ରହିନାହିଁ। ବିଦେଶକୁ ନ ଯାଇ ମଧ୍ୟ ଜଣେ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଯାହାକି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟ ସ୍ବାସ୍ଥ୍ୟ‌ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ବିଦେଶ ନ ଯାଇ ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ହାଇଦ୍ରାବାଦ ଓ ରାୟପୁର ଯାଇଥିଲେ। ଯେଉଁ ରାଜ୍ୟରୁ ଓମିକ୍ରନ୍ ବାହାରୁଛି ବ୍ୟକ୍ତି ଜଣକ ସେସବୁ ସ୍ଥାନକୁ ଯାଇଛନ୍ତି। ତେଣୁ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ଏତେ ଶୀଘ୍ର କହିହେବ ନାହିଁ। ମାତ୍ର ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ହେବ। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ। ସରକାରଙ୍କ ପକ୍ଷରୁ ମଧ୍ୟ ସର୍ଭେଲାନ୍‌ସକୁ ଜୋରଦାର କରାଯାଉଥିବା ଡା.ମହାପାତ୍ର କହିଛନ୍ତି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୩୨ଜଣ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୧୫, କଟକ ୧୨ ଓ ଷ୍ଟେଟ୍‌ ପୁଲରୁ ୨୬ଜଣଙ୍କୁ ଚିହ୍ନଟ କରାଯାଇଛି। ୬ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୪ ହଜାର ୮୩୪କୁ ବୃଦ୍ଧି ପାଇଛି। ଏହାସହ ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ନେଇ ସରକାରୀ ଘୋଷଣା କରାଯାଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୧୦ଲକ୍ଷ ୪୪ହଜାର ୮୦୩ଜଣ ରୋଗୀ ସୁସ୍ଥ ହେଲେଣି। ରାଜ୍ୟରେ ଏବେ ୧୫୧୮ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe