DNA India
ଭୁବନେଶ୍ବର : ରାଜ୍ୟରେ ଗତ ୨୪ଘଣ୍ଟାରେ ୧୩,୩୧୭ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୧୬୧ଜଣ ଆକ୍ରାନ୍ତ ବାହାରିଛନ୍ତି। ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ଶହେ ଟପିଛି। ଏହାସହ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୧.୨୧ ଛୁଇଁଛି। ୧୫ଟି ଜିଲ୍ଲାରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ସେତିକି ନୁହେଁ, ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ପ୍ରତିଶତ ହେଉଛନ୍ତି ଖୋର୍ଧା ଓ କଟକ ଜିଲ୍ଲାର। ଆଗକୁ ରଥଯାତ୍ରା ଥିବାରୁ ସଂକ୍ରମଣସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ବିଶେଷଜ୍ଞମାନେ କହିଲେଣି।
ଠିକ୍ ସପ୍ତାହ ପୂର୍ବରୁ ରାଜ୍ୟର ତିନି ଚାରିଟି ଜିଲ୍ଲାରୁ ହାତ ଗଣତି ଆକ୍ରାନ୍ତ ବାହାରୁଥିଲେ। ଏବେ ସ୍ଥିତି ବଦଳିବାକୁ ଆରମ୍ଭ କଲାଣି। କରୋନା ସଂକ୍ରମଣ ଆଉ କେବଳ ଉପକୂଳ ଜିଲ୍ଲାରେ ସୀମିତ ନାହିଁ। ବରଂ ଧୀରେ ଧୀରେ ଏହା ଅନ୍ୟ ଜିଲ୍ଲାକୁ ମାଡ଼ିଲାଣି। ଚିନ୍ତାର ବିଷୟ ଯେ କରୋନାର ୩ଟି ଲହର ଶେଷ ହୋଇସାରିଥିଲେ ହେଁ ଅନେକ ଏବେ ବି ଟିକା ନେଇ ନାହାନ୍ତି। ଏଥିରେ ବୟସ୍କଙ୍କ ସହିତ ପିଲା ମଧ୍ୟ ରହିଛନ୍ତି। ବିଜ୍ଞାନ ଜର୍ଣ୍ଣାଲ ଟିକା ଯୋଗୁଁ ଭାରତରେ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା ହୋଇଥିବା କହୁଥିବା ବେଳେ ଲୋକମାନେ ଟିକା ନ ନେବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
sciencefocus.comବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି ଯେ ପୂର୍ବ ଲହର ଭଳି ଏଥର ବଡ଼ ଲହର ଆସିନପାରେ। ତଥାପି ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଇଁ ସଂକ୍ରମଣ ସମସ୍ୟା ସୃଷ୍ଟି କରିବ। ଏବେ ମଧ୍ୟ କିଛି ଲୋକ ଟିକା ନେଇ ନ ଥିବାରୁ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇପାରେ। ଓମ୍ରିକନ୍ର ଚିହ୍ନଟ ହୋଇଥିବା ନୂଆ ଭାରିଏଣ୍ଟ୍ ପୂର୍ବ ଭାରିଏଣ୍ଟ ଅପେକ୍ଷା ଦୁର୍ବଳ। ତେଣୁ ଡେଲ୍ଟା ଭାରିଏଣ୍ଟ ଯୋଗୁଁ ଦେଶରେ ଯେଉଁଭଳି ଆତଙ୍କ ସୃଷ୍ଟି ହୋଇଥିଲା ଏବେ ସେହିଭଳି ହେବନାହିଁ।
ଉଲ୍ଲେଖଥାଉକି, ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୦, କଟକ ୩୨, ବାଲେଶ୍ବର-ସୋନପୁର ୮ ଲେଖାଏଁ, ସୁନ୍ଦରଗଡ଼ ୧୩, ରାୟଗଡ଼ା-ପୁରୀରୁ ୫ ଲେଖାଏଁ, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡ଼ାରୁ ୩ ଲେଖାଏଁ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୧୫ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୯, ୬୦୨କୁ ବୃଦ୍ଧି ପାଇଛି। ଆଜି ୫୫ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ରାଜ୍ୟରେ ୫୭୪ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
Follow Us