ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଦୈନିକ ସଂକ୍ରମଣ: ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ହଜାର ଟପିଲା, ହସ୍ପିଟାଲରେ ୨୦ ଆକ୍ରାନ୍ତ

Advertisment

ଖୋର୍ଧା ଜିଲ୍ଲାରେ ଟିପିଆର ୧୦%

ଖୋର୍ଧା ଜିଲ୍ଲାରେ ଟିପିଆର ୧୦%

ରାଜ୍ୟରେ କରୋନା ଗ୍ରାଫ୍‌ ପୁଣିଥରେ ଉପରମୁହାଁ: ଦିନକରେ ୭୭% ବଢ଼ିଲା ଦୈନିକ ସଂକ୍ରମଣ

sciencefocus.com

ଭୁବନେଶ୍ବର : ରାଜ୍ୟରେ କୋଭିଡ ସଂକ୍ରମଣ ଗତ ୧୦ଦିନ ହେବ ଉପରମୁହାଁ ରହିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ଏବେ ୨ହଜାର ଟପିଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ତହିଁରୁ ମାତ୍ର ୧ ପ୍ରତିଶତ ଅର୍ଥାତ୍ ୨୦ଜଣ ରୋଗୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭/୧୮ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭,୫୨୨ କୋଭିଡ ନମୁନା ପରୀକ୍ଷା ହୋଇଛି। ଟେଷ୍ଟିଂ ବଢ଼ୁଥିବାରୁ ‌ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଅତିରିକ୍ତ ମାନବ ସମ୍ବଳ ଓ ଟେଷ୍ଟିଂ ଗାଡ଼ି ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି। କ୍ୟାପିଟାଲ ହସ୍ପିଟାଲ ପାଇଁ ୪ ଏଲ୍‌ଟି, ୬ ଡିଇଓ ଓ ଦୁଇଟି ପାର୍ଶ୍ବ ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହାସହ ଭିମ୍‌ସାର, ବାଲେଶ୍ବର, ବାରିପଦା, ବଲାଙ୍ଗୀର ଓ କୋରାପୁଟ ମେଡିକାଲ କଲେଜ ପାଇଁ ୨ଟି ଲେଖାଏ ଏଲ୍‌ଟି ଓ ଜଣେ ଲେଖାଏ ଡିଇଓ ନିଯୁକ୍ତ ନେଇ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

publive-image cntraveller.in

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨୮ ଆକ୍ରାନ୍ତ ବାହାରିଛନ୍ତି। ସଂକ୍ରମଣ ହାର ବା ଟିପିଆର ୨.୪୪ ରହିଛି। ହେଲେ ଖୋର୍ଧା ଜିଲ୍ଲାରେ ଏହା ପ୍ରାୟ ୧୦ ପ୍ରତିଶତ ଥିବା ବେଳେ କଟକରେ ୬.୫୬ ଓ ପୁରୀରେ ୫.୮୫ ପ୍ରତିଶତ ଦେଖିବାକୁ ମିଳିଛି। ନିକଟରେ ରଥଯାତ୍ରାରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇଥିବାରୁ ଧୀରେ ଧୀରେ ଏହାର ପ୍ରଭାବ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଲାଣି। ସେହିପରି ଦେଶରେ କରୋନାର ନୂଆ ପ୍ରଜାତି ବିଏ ୨.୭୫ ଚିହ୍ନଟ ହୋଇଥିବା କାରଣରୁ ଓଡ଼ିଶା ପାଇଁ ମଧ୍ୟ ବିପଦ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଖୋର୍ଧାରୁ ସର୍ବାଧିକ ୧୮୩, କଟକ ୮୮, ବାଲେଶ୍ବର ୨୨, ପୁରୀ ୧୧, ଷ୍ଟେଟ୍‌ ପୁଲରୁ ୯ଜଣ ଓ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୧,୯୪୬କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ଗୁରୁବାର ଦିନ ରାଜ୍ୟରେ ୨୧୮ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୨୦୧୭ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୯୮୬ଜଣ ଥିବା ବେଳେ ଅନୁଗୁଳ, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲା କୋଭିଡମୁକ୍ତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe