Advertisment

ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ: ଘରେ ଘରେ ଥଣ୍ଡା, ଜ୍ୱର

Advertisment

ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି ୨୭ଲକ୍ଷ, ପ୍ରିକସନ୍ ଡୋଜ୍ ପାଇଁ ଲୋକଙ୍କ ଆଗ୍ରହ ନାହିଁ

ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି ୨୭ଲକ୍ଷ, ପ୍ରିକସନ୍ ଡୋଜ୍ ପାଇଁ ଲୋକଙ୍କ ଆଗ୍ରହ ନାହିଁ

ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ: ଘରେ ଘରେ ଥଣ୍ଡା, ଜ୍ୱର

Deccan Herald

ଭୁବନେଶ୍ବର : କରୋନାର ଚତୁର୍ଥ ଲହରରେ ରାଜ୍ୟରେ ପ୍ରଥମଥର ଲାଗି ଦୈନିକ ସଂକ୍ରମଣ ୫ଶହ ଟପିଛି। ଗତ ୨୪ଘଣ୍ଟାରେ ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରୁ ୫୧୨ ଆକ୍ରାନ୍ତ ବାହାରିଛନ୍ତି। ଗତ ୩ଦିନ ହେବ ପ୍ରାୟ ୯ ପ୍ରତିଶତ ହାରରେ ରାଜ୍ୟରେ ସଂକ୍ରମଣ ବଢ଼ି ଚାଲିଛି। ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବାରୁ ଜିଲ୍ଲାରେ ଧୀରେ ଧୀରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ଅନ୍ୟପଟରେ ଏବେ ବି ଲକ୍ଷାଧିକ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବାରୁ ରାଜ୍ୟର ସଂକ୍ରମଣ ସ୍ଥିତି ବିଗିଡ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି।

ଏବେ ବର୍ଷା ଋତୁ ଚାଲିଥିବା ବେଳେ ଘରେ ଘରେ ଥଣ୍ଡାକାଶ ରୋଗୀ ଭରିଛନ୍ତି। ହେଲେ କରୋନାର ୩ଟି ଲହର ଭଳି ଚତୁର୍ଥ ଲହରରେ କରୋନା ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳରେ ରାଜ୍ୟରେ ପ୍ରକୃତ ସଂକ୍ରମଣ ସାମ୍ନାକୁ ଆସୁ ନ ଥିବା ବେଳେ ଘରେ ଘରେ ସଂକ୍ରମଣ ବଢ଼ି ଚାଲିଛି। ସପ୍ତାହ ପୂର୍ବରୁ ଖୋର୍ଧା, କଟକ ଜିଲ୍ଲା ରାଜ୍ୟର ସଂକ୍ରମଣ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ ଏବେ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦିନକରେ ରାଜ୍ୟରେ ୫୧୨ ଆକ୍ରାନ୍ତ ବାହାରିଥିବା ବେଳେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୩୭, କଟକ ୮୯, ସୁନ୍ଦରଗଡ଼, ପୁରୀରୁ ୨୯ ଲେଖାଏଁ, ସୋନପୁର ୧୫, ଯାଜପୁର ୧୦ ଓ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ କମ୍ ସଂଖ୍ୟକ ଲୋକ ହସ୍ପିଟାଲରେ ଭର୍ତି ହେଉଥିବାରୁ ରାଜ୍ୟ ପାଇଁ ଏହା ସାମାନ୍ୟ ଆଶ୍ବସ୍ତି ଆଣିଛି। ଶନିବାର ଦିନ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୩୪୪ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪୫୧କୁ ଖସି ଆସିଛି।

publive-image Image Courtesy of The Economic Times

ରାଜ୍ୟରେ କରୋନାର ସଂକ୍ରମଣ ବଢ଼ୁଥିବା ବେଳେ ଏବେ ବି ଲକ୍ଷାଧିକ ସଂଖ୍ୟକ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ୧୮ବର୍ଷରୁ ଅଧିକ ୧୯ଲକ୍ଷ, ୧୨-୧୪ବର୍ଷ ଓ ୧୪-୧୭ବର୍ଷର ୪ଲକ୍ଷ ଲେଖାଏ ନିଜର ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଛନ୍ତି। ସେହିପରି ରାଜ୍ୟରେ ପ୍ରିକସନ୍ ଡୋଜ୍ ପାଇଁ ମଧ୍ୟ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଦିଆଯାଉଛି। ହେଲେ ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଏହା ୬୨ ପ୍ରତିଶତ ରହିଛି। ମାତ୍ର ସମ୍ମୁଖ ଯୋଦ୍ଧାଙ୍କ କ୍ଷେତ୍ରରେ ଏହା ଶତ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ଟିକାକରଣ ହାରକୁ ବଢ଼ାଇବା ଲାଗି ହର ଘର ଦସ୍ତକ୍ ୨.୦ କାର୍ଯ୍ୟକ୍ରମ ଜାରି ରହିଛି। ଏହାସହ ସ୍କୁଲରେ ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ଟିକା ଦିଆଯାଉଥିବା ସେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ପ୍ରିକସନ୍ ଡୋଜ୍‌ ମାଗଣାରେ ଦିଆଯାଉ ନ ଥିବାରୁ ଲୋକମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କରୋନାର ପ୍ରଥମ ଲହର ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ନିଜ ଆଡ଼ୁ ସବୁ ରାଜ୍ୟକୁ ମାଗଣାରେ ଦେବା ଲାଗି ଘୋଷଣା କରିବା ପରେ ରାଜ୍ୟ ସରକାର ଏଥିରୁ ଓହରି ଯାଇଥିଲେ। ତେଣୁ ପୂର୍ବ ଘୋଷଣା ଭଳି ରାଜ୍ୟ ସରକାର ମଧ୍ୟ ପ୍ରିକସନ୍ ଡୋଜ୍‌କୁ ମାଗଣାରେ ପ୍ରଦାନ କରନ୍ତୁ ବୋଲି ଦାବି ଉଠିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe