ପୁଣି ବଢ଼ିଲା କରୋନା, ଦିନକରେ ୨୩୪ ପଜିଟିଭ୍

Advertisment
ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ହଜାର ମୁହାଁ

ThePrint

ଭୁବନେଶ୍ବର : ରାଜ୍ୟରେ କରୋନା ଭୂତାଣୁର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ବଢ଼ିବାରେ ଲାଗିଛି। ପୂର୍ବଦିନ ତୁଳନାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮,୬୬୨ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆର ୦.୮୧ ପ୍ରତିଶତ ରହିଛି। ଦୁଇଦିନ ପୂର୍ବରୁ ରାଜ୍ୟରେ ଟିପିଆର ୦.୪୫ ପ୍ରତିଶତ ରହିଥିଲା। ଯଦି ଏହିଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚା‌ଲେ, ଟିପିଆର୍‌ ୧ ଉପରକୁ ଯିବା ନେଇ ଆଶଙ୍କା ଦେଖା ଦେଲାଣି।

ଗୋଟିଏ ଦିନରେ ରାଜ୍ୟରେ ୨୩୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୨୪ ତାରିଖ ତୁଳନାରେ ୨୦ ଅଧିକ। ନୂଆପଡ଼ାରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୩୨, କଟକ ୨୯, ବରଗଡ଼ ୨୪, କଳାହାଣ୍ଡି ୧୭, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୫ ଲେଖାଏଁ ଓ ସମ୍ବଲପୁରରୁ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୩ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ଦିନଗୁଡ଼ିକ ତୁଳନାରେ ଅଧିକ। ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୬୯୪କୁ ବୃଦ୍ଧି ପାଇଛି।

ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ପୂର୍ବରୁ ଯେଉଁ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଥିଲା, ସେସବୁ ଜିଲ୍ଲାଗୁଡ଼ିକରେ ଏବେ ସକ୍ରିୟଙ୍କ ସଂଖ୍ୟା ବଢ଼ି ଚାଲିଛି। କେବଳ ମାଲକାନଗିରି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୯ଜିଲ୍ଲାରେ ଏବେ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ମାତ୍ର ଜଣେ ହେଲେ ବି ସଂକ୍ରମିତ କରୋନାରେ ପ୍ରାଣ ହରାଇ ନାହାନ୍ତି। ରାଜ୍ୟରେ ମୋଟ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୯୧୯ରେ ସ୍ଥିର ରହିଛି। ଅପରପକ୍ଷରେ ଆଜି ରାଜ୍ୟରେ ୭୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୪୦କୁ ବୃଦ୍ଧି ପାଇଛି। ସମୁଦାୟ ୩ଲକ୍ଷ ୩୬ହଜାର ୪୮୨ କରୋନା ଆକ୍ରାନ୍ତ ରାଜ୍ୟରେ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe