କୋଭିଡ୍ ସ୍ଥିତି ବେହାଲ: ସମ୍ବଲପୁରରେ ହ୍ୟାଟ୍ରିକ୍‌ ଶତକ, ୧୧ ହଜାର ପାର୍‌ କଲା ମୋଟ ସଂକ୍ରମଣ

Advertisment
ପାର୍ବଣ ପାଇଁ ୫୦ ସ୍ଥାନରେ କରେନା ନମୁନା ସଂଗ୍ରହ

Deccan Chronicle

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ କରୋନା ବେହାଲ ହେବାକୁ ବସିଲାଣି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର୍‌ କରିଛି। ଲଗାତାର ଭାବେ ସୋମ, ମଙ୍ଗଳ ଓ ବୁଧବାର ତିନିଦିନ ଜିଲ୍ଲାରେ କରୋନା ସଂକ୍ରମଣ ହ୍ୟାଟ୍ରିକ୍‌ ଶତକ ମାରିଛି। ସୋମ ଓ ମଙ୍ଗଳବାର ଯଥାକ୍ରମେ ୧୨୧ ଓ ୧୧୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୧୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୨୦ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୭୮କୁ ବୃଦ୍ଧି ପାଇଛି।

ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ବ୍ଲକମାନଙ୍କୁ ୬୨ ଜଣ ସଂକ୍ରମିତ ହୋଇଛନ୍ତି। ଏସ୍‌ଏମ୍‌ସି ଅଧୀନରେ ବୁର୍ଲା ଅଞ୍ଚଳରୁ ସର୍ବାଧିକ ୧୭ ଜଣ ରହିଥିବା ବେଳେ ଅଇଁଠାପାଲିରି ୬, ବୁର୍ଲା ଭିସୁଟରୁ ୪,ଏମ୍‌ସିଏଲ୍‌ରୁ ୩, ବୁଢ଼ାରଜା, ସାକ୍ଷୀପଡ଼଼ା, କୁଲୁଥକାନି, ସମ୍ବଲପୁର, ପ୍ରଧାନପଡ଼ା, କ୍ଷେତରାଜପୁର ଓ ଫାଟକରୁ ୨ ଜଣ ଲେଖାଏଁ, ମୁଦିପଡ଼ା, ନନ୍ଦପଡ଼ା, ବରେଇପାଲି, ମୋତିଝରଣ, ଧନୁପାଲି, ହୀରାକୁଦ, ଦଲଦଲିପଡ଼ା, ଗୋପାଲମାଲ, ଏସ୍‌ଆର୍‌ଆଇଟି କଲୋନି, ରିଜର୍ଭ ପୁଲିସ ଲାଇନ୍‌, ପ୍ରଧାନପାଲି, ଦେହେରିପାଲି, ଶାନ୍ତିନଗର, ସମଲେଶ୍ବରୀ ରେସିଡେନ୍ସି, ଜଗନ୍ନାଥ କଲୋନି ଓ ଭିମ୍‌ସାର୍‌ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ବାମରା ବ୍ଲକରୁ ସର୍ବାଧିକ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୩୨ ଜଣଙ୍କ ମଧ୍ୟ ପାରିମୁଣ୍ଡା ଗ୍ରାମର ୧୪ ଜଣ ରହିଛନ୍ତି। ଏହା ସହିତ ଯୁଯୁମୁରାରୁ ୯, କୁଚିଣ୍ଡାରୁ ୮, ମାନେଶ୍ବରରୁ ୬, ରେଙ୍ଗାଲିରୁ ୪, ଜମନକିରାରୁ ୨ ଓ ରେଢ଼ାଖୋଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଜିଲ୍ଲାରେ ବୁଧବାର ଆଉ ୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୨୧ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୦୨୭୯ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ବର୍ତ୍ତମାନ ୭୨୧ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe