କୋଭିଡ କେନ୍ଦ୍ର ବିଜୁଳି ବିଲ୍‌ ପୈଠ ହେଉନି: ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଭଦ୍ରକ: ୩୦୧ ହାଇସ୍କୁଲ୍‌ରେ ୫୫୭ ଶିକ୍ଷକ ପଦ ଖାଲି

BGIS Blog

ଦଶରଥପୁର: କୋଭିଡ୍‌ ସେଣ୍ଟର ପାଇଁ ବ୍ୟବହାର କରାଯାଇଥିବା ବିଦ୍ୟୁତ୍‌ ବିଲ୍‌ କିଏ ପୈଠ କରିବ, ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ପଞ୍ଚାୟତ କର୍ତ୍ତୃପକ୍ଷ ସେତେବେଳେ କୋଭିଡ୍‌ କେନ୍ଦ୍ର ଦାୟିତ୍ବରେ ଥିଲେ। ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ପାଇଥିଲେ। କୋଭିଡ୍‌ କେନ୍ଦ୍ରରେ ଅନେକ ବିଦ୍ୟୁତ୍‌ ଉପକରଣ ବ୍ୟବହାର ହୋଇଥିଲା। ଏଥିଯୋଗୁଁ ବିଜୁଳି ବିଲ୍‌ ଯଥେଷ୍ଟ ଅଧିକ ‌ଆସିଥିଲା। ମାତ୍ର ତାକୁ ସେମାନେ ପୈଠ କରିନଥିଲେ। ବରଂ ପରେ  କୋଭିଡ୍‌ କେନ୍ଦ୍ର ଉପକରଣ ଗାଏବ ହୋଇଯାଇଥିଲା। ଏବେ ସେହି ବକେୟା ବିଜୁଳି ବିଲ୍‌ ସବୁ ବଦ୍ୟାଳୟ ଉପରେ ବୋଝ ହୋଇ ଗଡ଼ୁଛି।

ଏମିତିକି କେତେକ ବିଦ୍ୟାଳୟରୁ ସଂଯୋଗ କାଟି ଦିଆଯାଇଛି। ଦଶରଥପୁର ବ୍ଲକର ମୋଟ ୩୫ଟି ପଞ୍ଚାୟତରେ ୧୬୭ଟି ବିଦ୍ୟାଳୟରେ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇଥିଲା। ଆକ୍ବାଗାର୍ଡ, ଲାଇଟ୍‌, ଫ୍ୟାନ, ପାଣି ମଟର , ଇନଭର୍ଟର ଆଦି ପ୍ରାୟ ୧ ବର୍ଷ ବ୍ୟବହାର କରାଯାଇଥିଲା। ତେଣୁ ମୋଟା ଅଙ୍କ ବିଜୁଳି ବିଲ୍‌ ଆସିଥିଲା। ଏହି ଟଙ୍କା ବାକି ରହିଛି। ଚଳିତ ମାସ ବିଦ୍ୟୁତ୍‌ କର୍ମଚାରୀମାନେ ଟଙ୍କା ଆଦାୟ କରିବା ସମୟରେ ଅଧିକାଂଶ ବିଦ୍ୟାଳୟରେ ୨୦ରୁ ୩୦ ହଜାର ଟଙ୍କାର ବିଲ୍‌ ଦେଖାଇଛନ୍ତି। ଏତେ ଟଙ୍କା ‌ଦେବାକୁ ସେମାନେ ଅସମର୍ଥ ବୋଲି ପ୍ରଧାନଶିକ୍ଷକମାନେ କହିଛନ୍ତି। ବିଲ୍‌ ପୈଠ ନକରିବାରୁ ଜାଫରପୁର ପଞ୍ଚାୟତ ନାରିଗାଁ ଉଚ୍ଚବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ତୁରନ୍ତ ପଞ୍ଚାୟତ ଏସବୁ ବିଲ୍‌ ଭରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe