କରୋନା ମୃତକଙ୍କ ମୋବାଇଲ ଗାଏବ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

Advertisment
ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ପୁଣି ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ

Public App

କେନ୍ଦୁଝର : ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ ଏବଂ ଟଙ୍କା ଗାଏବ ହୋଇ ଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।

ତାଙ୍କ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟ କଣାପଶି ଗ୍ରାମର ମଦନମୋହନ ବାରିକ ଗତ ୩୦ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କୁ ‌ପ୍ର‌ଥମେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ସ୍ବାସ୍ଥ୍ୟବାସ୍ଥା ଅଧିକ ବିଗିଡ଼ିରୁ ତାଙ୍କୁ ରାଙ୍କିସ୍ଥିତ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା। ମେ ୧ ତାରିଖରେ ସେଠାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଶାସନ ପକ୍ଷରୁ ତାଙ୍କର ଦାହ ସଂସ୍କାର କରାଯାଇଥିବା ବେଳେ ତାଙ୍କ ପାଖରେ ଥିବା ମୋବାଇଲ ଏବଂ ୫ ହଜାର ଟଙ୍କା ସଂପର୍କୀୟମାନେ ଫେରି ପାଇଲେ ନାହିଁ।

ଏ ସଂପର୍କରେ ତାଙ୍କ ଭଉଣୀ ଗୀତାରାଣୀ ବାରିକ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାପାଳ ଏହି ଘଟଣାକୁ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗୀତାରାଣୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe