କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

Advertisment
କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

image source: India today

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ସଲଣ୍ଡି ଗାଁରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା। ଘରେ ପୃଥକାବାସରେ ଥିବା ଜଣେ କରୋନା ରୋଗୀଙ୍କ ମୃତ୍ୟୁ ପରେ ଭୟରେ କେହି ପାଖ ମାଡ଼ିଲେନି। ଶେଷରେ ତାଙ୍କ ଦୁଇପୁଅ ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ସତ୍କାର ପାଇଁ ନେଇଥିଲେ।

publive-image

ପ୍ରକାଶ ଯେ, ଏହି ଗାଁର ଉଦ୍ଧବ ବେହେରା(୫୫ବର୍ଷ) କରୋନାରେ ସଂକ୍ରମିତ ହେବା ପରେ ନିଜ ଘରେ ୭ ଦିନରୁ ଅଧିକ ହେବ ପୃଥକାବାସରେ ରହିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁବାର ହଠାତ୍‌ ବିଗିଡ଼ି ଯାଇଥିଲା ଏବଂ କିଛି ସମୟରେ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଥିଲା। କେହି ନଆସିବାରୁ ଶେଷରେ ମୃତକଙ୍କ ଦୁଇପୁଅ ଏବଂ ଜଣେ ପୁତୁରା ପିପିଇ କିଟ୍‌ ପନ୍ଧି ଏକ ସ୍କୁଟିରେ ଶବ ବୋହି ଗାଁର ଗୋଚର ଜମିରେ ସତ୍କାର କରିଥିଲେ। ସଲଣ୍ଡି ଗାଁରେ ବର୍ତମାନ ସମୟରେ ଏକାଧିକ କରୋନା ରୋଗୀ ଥିବା ଜଣାଯାଇଛି। ବର୍ତମାନ ସେମାନେ ଘରେ ପୃଥକାବାସରେ ଥିବା ଗାଁ ଲୋକ କହିଛନ୍ତି। ଅନ୍ୟପକ୍ଷରେ ମୃତ ଉଦ୍ଧବଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପୃଥକାବାସରେ ଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦେଇ ଗାଁକୁ କରୋନାମୁକ୍ତ କରିବାକୁ ଗାଁ ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe