କୁଚିଣ୍ଡା: କରୋନାରେ ଜଣଙ୍କର ମୃତ୍ୟୁ

Advertisment
ବଜ୍ରପାତରେ ଜଣେ ମୃତ

The Indian Express

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକ ଜଣଙ୍କ କରୋନାରେ ସଂକ୍ରମିତ ଥିଲେ। ତାଙ୍କ ଘର କୁଚିଣ୍ଡା ବ୍ଲକ୍ ଲସା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୫୫ ବର୍ଷ। ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ଘରଲୋକେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୁଖ୍ୟ ଚିକିତ୍ସା ଅଧିକାରୀ ଏ ବାବଦରେ ଉପଜିଲ୍ଲାପାଳ ଏବଂ ପୌର ପରିଷଦ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇ ନାହିଁ। କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଖବର ମିଳିଛି। କୁଚିଣ୍ଡା ଅଞ୍ଚଳରେ ଏହା ବର୍ଷର ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡ଼ିଛି। ତେବେ ସେ କରୋନା ଟିକା ନେଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe