କରୋନା ପାଇଁ ପରିବାର ଛାରଖାର : ପୁଅକୁ ମୁଖାଗ୍ନି ଦେଇଥିବା ବାପା ବି ଆଖି ବୁଜିଲେ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ଫୁଲବାଣୀ : କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ହୋଇଥିଲା। ପୁଅର ଶବକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଲେ ବାପା। ପୁଅର ଶୁଦ୍ଧିକ୍ରିୟା ସରି ନ ଥିବା ବେଳେ ବାପା ତା’ ପଛେ ପଛେ କରୋନାରେ ଆଖି ବୁଜିଦେଲେ। ଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି ଫୁଲବାଣୀ ସହରରେ। ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା କିଶୋର ସାମନ୍ତଙ୍କ ପୁଅ କରୋନା ସନ୍ଦିଗ୍ଧ ବିଦ୍ୟାଭୂଷଣଙ୍କ ଗତ ୨୯ ତାରିଖରେ ମୃତ୍ୟୁ ହୋଇଥିଲା। ପୁଅର ଶବକୁ କିଶୋର କାନ୍ଧ ଦେଇଥିଲେ। ସତ୍କାର କରିବା ସହ ମୁଖାଗ୍ନି ବି ଦେଇଥିଲେ। ତା'ପରେ କିଶୋରଙ୍କ ସ୍ବାବ୍‌ ଟେଷ୍ଟ୍‌ କରିବାରୁ ‌ରିପୋର୍ଟ ପଜିଟିଭ୍ ବାହାରିଥିଲା। ତାଙ୍କୁ ଜିଲ୍ଲା କୋଭିଡ୍‌ ହସପିଟାଲରେ ଭର୍ତ୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୫ ଦିନ ପୂର୍ବେ ଭୁବନେଶ୍ବର କିମ୍‌ସ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଶୋରଙ୍କର ଗତକାଲି ସେଠାରେ ମୃତ୍ୟୁ ହୋଇ ଯାଇଛି। କିଶୋରଙ୍କ ବଡ଼ ପୁଅ ଓ ସାନ ବୋହୂ ବି କରୋନାରେ ସଂକ୍ରମିତ ହୋଇ କୋଭିଡ୍‌ କେୟାର ସେଣ୍ଟର୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏହ‌ି ଦୁଃଖଦ ଖବର ଜଣା ପଡ଼ିବା ପରେ ସମଗ୍ର ଫୁଲବାଣୀ ସହରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe