Medical Xpress
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଯଥେଷ୍ଟ କମିଲାଣି। ବାସ୍ତବରେ କାଁ ଭାଁ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ସରକାର ପ୍ରତିଦିନ ୬୦ରୁ ଅଧିକ ମୃତ୍ୟୁ ଘୋଷଣା କରୁଛନ୍ତି। ଅର୍ଥାତ କରୋନା ମୃତ୍ୟୁ ଏତେ ବଳକା ରହିଛି ଯେ ଦିନଦିନ ଧରି ଘୋଷଣା ହେଲେ ବି ସରୁନି। ଆଜି ଖୋର୍ଧାରେ ଗୋଟିଏ ଦିନରେ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ଯାହାକି ଯେ କୌଣସି ଜିଲ୍ଲା ପାଇଁ ସର୍ବକାଳୀନ ରେକର୍ଡ।
ରାଜ୍ୟରେ ବଳକା ମୃତ୍ୟୁ ଘୋଷଣା ଚଳିତମାସ ଶେଷ ଆଡ଼କୁ ଶେଷ ହୋଇଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ଏବେ ଆଉ କିଛିଦିନ ଲାଗିବ ବୋଲି ବିଭାଗ ପକ୍ଷରୁ କୁହାଗଲାଣି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ କୋଭିଡ ମୃତ୍ୟୁ ଅଡିଟ୍ ଆଉ କିଛି ବାକି ଅଛି। ସମସ୍ତ ମୃତ୍ୟୁ ରିପୋର୍ଟର ଅଡିଟ୍ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ। କୋଭିଡ୍ରେ ଯେଉଁମାନେ ପ୍ରାଣ ହରାଉଛନ୍ତି, ସେମାନଙ୍କୁ ଡେଥ୍ ସାର୍ଟିଫିକେଟ୍ ଦିଆଯାଉଛି। ସାର୍ଟିଫିକେଟ୍ରେ କୋଭିଡ ମୃତ୍ୟୁ ଲେଖିବାର କୌଣସ ବ୍ୟବସ୍ଥା ନାହିଁ। ରାଜ୍ୟରେ ଏବେ ସଂକ୍ରମଣ ପୂର୍ବାପେକ୍ଷା କମିଛି। ତଥାପି ଆଗାମୀ ୨ରୁ ୩ମାସ ସତର୍କ ରହିବାକୁ ହେବ। କୋଭିଡ ନିୟମ, ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଇନ୍ଡୋରରେ ଗହଳିକୁ ରୋକିବାକୁ ହେବ। କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଥିଲେ ବି ପୂର୍ବ ତୁଳନାରେ କମିଛି। ରାଜ୍ୟର ସାମଗ୍ରିକ ସ୍ଥିତିକୁ ଦେଖି ଅନ୍ଲକ୍ ବିଷୟରେ ଚିନ୍ତା କରାଯିବ ବୋଲି ଡା.ମିଶ୍ର କହିଛନ୍ତି।
shutterstock.comଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆଉ ୬୨ଜଣ କରୋନାରେ ପ୍ରାଣ ହରାଇଥିବା ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଖୋର୍ଧାରେ ୪୨କୁ ବାଦ୍ ଦେଲେ ସୁନ୍ଦରଗଡ଼ ୧୦, କେନ୍ଦୁଝର ୪, ଯାଜପୁର ୨, ଗଞ୍ଜମ, ଜଗତସିଂହପୁର, କନ୍ଧମାଳ, ପୁରୀରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି। ଲଗାତାର ଭାବେ ବଳକା କରୋନା ମୃତ୍ୟୁ ଘୋଷଣା ହେବା ଫଳରେ ରାଜ୍ୟର କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର ୦.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୧୦୯୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
ଗଜପତିରେ ଜଣେ ବି ସଂକ୍ରମିତ ନାହାନ୍ତି : ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୪,୫୫୩ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟର ସଂକ୍ରମଣ ହାର ରହିଛି ୨.୨ ପ୍ରତିଶତ। କଟକ, ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ସଂକ୍ରମଣ ହାର ରାଜ୍ୟ ହାରଠାରୁ ଅଧିକ ରହିଛି। ଖୋର୍ଧାରେ ସର୍ବାଧିକ ୩୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୨୫୦, ଅନୁଗୁଳ ୧୦୦, ଜଗତସିଂହପୁର ୮୫, ଯାଜପୁର ୮୦, କେନ୍ଦ୍ରାପଡ଼ା ୭୬, ମୟୂରଭଞ୍ଜ ୭୫, ପୁରୀ ୭୮, ସୁନ୍ଦରଗଡ଼ ୬୧ ଓ ଷ୍ଟେଟ୍ ପୁଲରୁ ୭୧ଜଣ ଚିହ୍ନଟ ହୋଇଛନ୍ତି। ତେବେ ଗଜପତି ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୯ହଜାର ୧୮୫କୁ ବୃଦ୍ଧି ପାଇଛି।
TV9 Bharatvarshଡିଏମ୍ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟର ମାତ୍ର ୨/୩ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି। ସଂକ୍ରମଣ ହ୍ରାସ ପାଇଁ ସରକାରଙ୍କ ନିୟମକୁ ମାନିବାକୁ ହେବ। ନିୟମ ନ ମାନିଲେ ଏପଫୋର୍ସମେଣ୍ଟ କରାଯିବ। ରାଜ୍ୟରେ ସଂକ୍ରମଣ ହାର ସହିତ ହସ୍ପିଟାଲରେ ରୋଗୀଙ୍କ ଆଡମିସନ୍ ସଂଖ୍ୟା ଓ ତହିଁରୁ ଗୁରୁତର ରୋଗୀଙ୍କ ସ୍ଥିତିକୁ ଅନୁଧ୍ୟାନ କଲେ ରାଜ୍ୟର ସ୍ଥିତି ବେଶ୍ ଭଲ ରହିଛି ବୋଲି ପ୍ରଫେସର ମହାନ୍ତି କହିଛନ୍ତି। ରାଜ୍ୟରେ ଆଜି ୨୨୦୪ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୪୭ହଜାର ୩୮୧କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ ୧୬,୧୭୭ ଚିକିତ୍ସାଧୀନ ରୋଗୀ ଥିବାବେଳେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
Follow Us