ସମ୍ବଲପୁର : ଶନିବାର ଗୋଟିଏ ଦିନରେ ବୁର୍ଲା ଭିମ୍ସାର କୋଭିଡ୍ ହସ୍ପିଟାଲ୍ ଓ ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ବୁର୍ଲା ଭିମ୍ସାରରେ ୧୧ ଜଣ ଏବଂ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ବିନୀ ପରିଚାଳିତ କୋଭିଡ୍ ହସ୍ପିଟାଲ୍ରେ ୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ତେବେ, ମୃତକଙ୍କ ମଧ୍ୟରେ ସର୍ବାଧିକ ସମ୍ବଲପୁରର ୭ ଜଣ ରହିଛନ୍ତି।
ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ସମ୍ବଲପୁରର ୫ ଜଣ ରହିଥିବା ବେଳେ ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ାର ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୫୫ ବର୍ଷୀୟା, ଜଣେ ୬୫ ବର୍ଷୀୟ, ଜଣେ ୩୩ ବର୍ଷୀୟ, ଜଣେ ୩୭ ବର୍ଷୀୟ ଓ ଜଣେ ୪୨ ବର୍ଷୀୟ ରହିଥିବା ବେଳେ ବରଗଡ଼ର ଜଣେ ୫୫ ବର୍ଷୀୟା ଓ ଜଣେ ୪୫ ବର୍ଷୀୟ. ଦେବଗଡ଼ର ଜଣେ ୪୨ ବର୍ଷୀୟା ଓ ଜଣେ ୪୬ ବର୍ଷୀୟ ଏବଂ ଝାରସୁଗୁଡ଼ାର ଜଣେ ୪୨ ବର୍ଷୀୟ ଓ ଜଣେ ୪୫ ବର୍ଷୀୟା ରହିଛନ୍ତି। ଏହି ୧୧ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୧୫କୁ ବୃଦ୍ଧି ପାଇଛି। ଏଠାରେ ୨୪୦ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।
ସେହିପରି ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା ୫ ଜଣ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ଓ ଦେବଗଡ଼ର ୨ ଜଣ ଲେଖାଏଁ ରହିଥିବା ବେଳେ ସୁବର୍ଣ୍ଣପୁରର ଜଣେ ରହିଛନ୍ତି। ୫ ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୩୬ ବର୍ଷୀୟା ଓ ଜଣେ ୩୮ ବର୍ଷୀୟ ରହିଥିବା ବେଳେ ଦେବଗଡ଼ର ଜଣେ ୩୪ ବର୍ଷୀୟ ଓ ଜଣେ ୩୭ ବର୍ଷୀୟ ଏବଂ ସୁବର୍ଣ୍ଣପୁରର ଜଣେ ୫୨ ବର୍ଷୀୟ ରହିଛନ୍ତି।
Follow Us