କରୋନା ମାଡରେ ଥମି ଯାଇଛି ଆଦିବାସୀ ଲୋକକଳା ଠେଠ୍‌ ନାଗପୁରୀ, ବେଉସା ବଦଳାଇଛନ୍ତି ଜିଲ୍ଲାର ଶହ ଶହ କଳାକାର

Advertisment
କରୋନା ମାଡରେ ଥମି ଯାଇଛି ଆଦିବାସୀ ଲୋକକଳା ଠେଠ୍‌ ନାଗପୁରୀ, ବେଉସା ବଦଳାଇଛନ୍ତି ଜିଲ୍ଲାର ଶହ ଶହ କଳାକାର

ରାଉରକେଲା : କରୋନା ମାଡରେ ଦୋହଲି ଯାଇଛି କଳାକାରଙ୍କ ଆର୍ଥିକ ସ୍ଥିତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ସମେତ ଓଡ଼ିଶା, ପଡୋଶୀ ଝାଡ଼ଖଣ୍ଡ, ଛତିଶଗଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚମବଙ୍ଗରେ ଆକର୍ଷଣ ସାଜିଥିବା ଆଦିବାସୀ ଲୋକକଳା ଠେଠ୍‌ ନାଗପୁରୀ ଠପ୍‌ ହୋଇ ଯାଇଛି। ଆଦିବାସୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ସମିତି, ପୂଜା ମହୋତ୍ସବ, ବିବାହ ଆଦିରେ ବେଶ୍ ଆକର୍ଷଣ ଏହି ଆଦିବାସୀ ଗୀତ, ନାଚ, ମାଦଲ ଶବ୍ଦର ସ୍ବର ସମ୍ପୂର୍ଣ୍ଣ ଥମି ଯାଇଛି। ବର୍ଷ ବର୍ଷ ଧରି ଠେଠ୍‌ ନାଗପୁରୀ କଳାକୁ ବଞ୍ଚାଇ ରଖିଥିବା ସୁନ୍ଦରଗଡ ଜିଲ୍ଲାର ଶହ ଶହ କଳାକାର ଏବେ ହାତବାନ୍ଧି ବସିଛନ୍ତି। ଆର୍ଥିକ ଅନଟନରେ ଜୀବନ ଅତିବାହିତ କରୁଥିବା କିଛି କଳାକାର ପରିବାର ପ୍ରତିପୋଷଣ ପାଇଁ ବେଉସା ବଦଳାଇଛନ୍ତି। କିଏ ରାସ୍ତାକଡରେ ପନିପରିବା ବିକୁଛି ତ ପୁଣି କିଏ ପର ଘରେ ମୂଲ ଲାଗୁଛି। ଆଉ କିଛି ନିଜ ଚାଷବାଷ କରୁଛନ୍ତି। ଏଭଳି କଳାକାରଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ବି ମିଳି ନାହିଁ।

publive-image

ଆଦିବାସୀ ଲୋକ କଳାକୁ ବଞ୍ଚାଇ ରଖିଥବା ସେମିତି ଜଣେ କଳାକାର ହେଲେ ସୁନ୍ଦରଗଡ ବିଶ୍ରାର ହୁଲ୍ଲାସ ମହୋତୋ। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୩୬ ବର୍ଷ ଧରି ନିଜର ୧୬ ଜଣିଆ ଟିମ୍ ସହ ଠେଠ୍‌ ନାଗପୁରୀ ଗୀତ, ମାଦଳ ବଜାଇ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମାଦଳ ସମ୍ରାଟ ହୁହ୍ଲାସ ମହାତୋ ଏବେ ରାସ୍ତାକଡରେ ପନି ପରିବାର ବିକୁଛନ୍ତି। କେବଳ ହୁଲ୍ଲାସ ମହାତୋ ନୁହେଁ ନୂଆଗାଁର ସରିତା ବଡାଇକ, ବିଶ୍ରାର ରାମଦେବ ମହାତୋଙ୍କର ସେହି ସମାନ ସ୍ଥିତି। କରୋନା କଟକଣା ଯୋଗୁଁ ଗାଁରୁ ସହର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଲାଗିଥିବା ପ୍ରତିବନ୍ଧକ ଏମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଓଡ଼ିଶା ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡରୁ ଆସୁଥିବା ଶହ ଶହ ନିମନ୍ତ୍ରଣ ବି ବନ୍ଦ ହୋଇଯାଇଛି। ସେପଟେ ଆଦିବାସୀ ଲୋକକଳାକୁ ବଞ୍ଚାଇ ରଖିଥିବା ହୁହ୍ଳାସଙ୍କ ଚାହିଦା ଦେଶର ବିଭିନ୍ନ ଭାଗରେ ରହିଛି। ଆଦିବାସୀ ଜନଜୀବନ, ଚାଲିଚଳନକୁ ନେଇ ଲେଖିଥିବା ଗୀତ, ତାଙ୍କ ମାଦଳର ସ୍ବର (ଥାପ) ଆଦିବାସୀଙ୍କ ମନକୁ ବେଶ୍‌ ଜିଣି ପାରିଛି। ଏଥିପାଇଁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମେତ ଦିଲ୍ଲୀ, ଆଣ୍ଡାମାନ ନିକୋବର ଅନେକ ପୁରସ୍କାର ସାଉଣ୍ଟିଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ହଜିବାକୁ ଯାଉଥିବା ଲୋକକଳାକୁ ବଞ୍ଚାଇ ରଖିବାରେ ହୁହ୍ଲାସ ଭଳି କଳାକାରଙ୍କ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଡରେ ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି। ଲୁପ୍ତପ୍ରାୟ ଆଦିବାସୀ ଲୋକକଳା‌ ଠେଠ୍‌ନାଗପୁରୀକୁ ଉଜ୍ଜୀବିତ ରଖିଥିବା କଳାକାରମାନଙ୍କୁ ଏଭଳି କଠିନ ସମୟରେ ସରକାର ସହାୟତା ହାତ ବଢ଼ାଇବାର ଆବଶ୍ୟକତା ରହିଛି। ମାଦଳ ସମ୍ରାଟ ହୁହ୍ଲାସ କୁହନ୍ତି ତାଙ୍କ ପରି ଜିଲ୍ଲାର ଶହ ଶହ ଠେଠ୍‌ ନାଗପୁରୀ କଳାକାର କରୋନା କଟକଣା ପାଇଁ ଭୋକ ଉପାସରେ ରହୁଛନ୍ତି। ତେଣୁ ସୁନ୍ଦରଗଡରୁ ଲୁପ୍ତ ହେବାକୁ ଯାଉଥିବା ଲୋକ କଳାକୁ ବଞ୍ଚାଇବାକୁ ଏଭଳି କଠିନ ସମୟରେ ସରକାର ସହାୟତା କରିବାକୁ ସେ ଅନୁ‌ରୋଧ କରିଛନ୍ତି। ସରିତା ବଡାଇକ ଏଭଳି ଦୁର୍ଦ୍ଦିନରେ ସରକାର ଆମ ଦୁଃଖ ନଶୁଣିଲେ ଆଦିବାସୀ ଲୋକକଳା ଜିଲ୍ଲାରୁ ଲୁପ୍ତ ହୋଇଯିବ, ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe