Advertisment

ଦେବଗଡ଼ : କରୋନା ଛଡ଼ାଇ ନେଇଛି ଜୀବିକା, ଚିନ୍ତାରେ ମାଙ୍କଡ଼ିଆ ପରିବାର

Advertisment
ଦେବଗଡ଼ : କରୋନା ଛଡ଼ାଇ ନେଇଛି ଜୀବିକା, ଚିନ୍ତାରେ ମାଙ୍କଡ଼ିଆ ପରିବାର

ଦେବଗଡ଼ : କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ସ୍ଥିତିରେ ଜୀବନ ଏବଂ ଜୀବିକା ଉପରେ ବିଶେଷ ପ୍ରଭାବ ପଡ଼ିଛି। ପଟ ଓ ପ୍ଲାଷ୍ଟିକ ରଶି ତିଆରି ଓ ବିକ୍ରି କରି ଜୀବିକା ନିର୍ବାହ କରୁଥିବା ମାଙ୍କଡିଆ ସମ୍ପ୍ରଦାୟ ଏବେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସାପ୍ତାହିକ ହାଟ ବନ୍ଦ ରହିଥିବା ବେଳେ ସେମାନେ ତିଆରି କରୁଥିବା ଜିନିଷ ଆଗ ପରି ବିକ୍ରି ହୋଇପାରୁ ନାହଁ। ଯାହା ଫଳରେ ‌ବର୍ତ୍ତମାନ କିପରି ନିଜର ପରିବାର ପ୍ରତିଷୋଷଣ କରିବେ ସେ ଚିନ୍ତାରେ ପଡ଼ିଛନ୍ତି ମାଙ୍କଡିଆ ସଂପ୍ରଦାୟର ଲୋକମାନେ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜିଲ୍ଲାର ତିଲେଇବଣି ବ୍ଲକ୍‌ର ବଣିଆଁକିଲିଣ୍ଡା ପଞ୍ଚାୟତର କଳାମାଟି ଗାଁ ନିକଟସ୍ଥ ମାଙ୍କଡିଆ ବସ୍ତିରେ ବସବାସ କରନ୍ତି ୧୦୦ଟି ମାଙ୍କଡ଼ିଆ ପରିବାର। ଜଙ୍ଗଲରୁ ଶିଆଳି ପଟ ଓ ସହରରୁ ଅଦରକାରୀ ପ୍ଲାଷ୍ଟିକ ବ୍ୟାଗ ସଂଗ୍ରହ କରି ସେଥିରୁ ପଟ ଓ ପ୍ଲାଷ୍ଟିକ ରଶି, ପଘା, ଶିକା ଆଦି ଉପକରଣ ତିଆରି କରନ୍ତି। ସେସବୁକୁ ବିଭିନ୍ନ ସାପ୍ତାହିକ ହାଟ ବଜାରରେ ବିକ୍ରି କରି ପରିବାର ଚଳାନ୍ତି। ବର୍ତ୍ତମାନ କରୋନା କଟକଣା ଯୋଗୁଁ ସାପ୍ତାହିକ ହାଟ ବନ୍ଦ ରହିଛି। ଫଳରେ ‌ସେମାନଙ୍କର ତିଆରି ସାମଗ୍ରୀ ବିକ୍ରି ହୋଇପାରୁନି। ଏହି ମାଙ୍କଡିଆ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe