ଗଞ୍ଜାମରେ କଡ଼ାକଡ଼ି ହେଲା କରୋନା କଟକଣା: ବାହାଘରରେ ଭୋଜି ନୁହେଁ, ବଣ୍ଟା ହେବ ଖାଦ୍ୟପୁଡ଼ିଆ

Advertisment
ଗଞ୍ଜାମରେ କଡ଼ାକଡ଼ି ହେଲା କରୋନା କଟକଣା: ବାହାଘରରେ ଭୋଜି ନୁହେଁ, ବଣ୍ଟା ହେବ ଖାଦ୍ୟପୁଡ଼ିଆ

ବ୍ରହ୍ମପୁର: କରୋନା ପାଇଁ ଜିଲ୍ଲା ପ୍ରଶାସନ ଗଞ୍ଜାମରେ ବଡ଼ ପଦକ୍ଷେପ ନେଇଛି। ବାହାଘରରେ କେବଳ ଶହେ ଲୋକ ସାମିଲ ହେବା ସହ ଭୋଜିରେ ଖାଦ୍ୟପୁଡ଼ିଆ ବାଣ୍ଟିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କାରଣ ରାଜ୍ୟରେ ଏବେ ପ୍ରତିଦିନ ପ୍ରାୟ ୫ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଶେଷ କରି ସାମାଜିକ କାର୍ଯ୍ୟକ୍ରମରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେଣୁ ବିବାହ ଉତ୍ସବକୁ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଥିରେ ଜିଲ୍ଲାରେ ବିବାହ ଉତ୍ସବରେ କେବଳ ୧୦୦ ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେହିପରି ବିବାହ ଉତ୍ସବରେ ଯୋଗ ଦେଉଥିବା ଲୋକ ଭୋଜି ଖାଇପାରିବେ ନାହିଁ ବରଂ ବିବାହ ଆୟୋଜକ ଭୋଜନର ‘ଟେକ୍ ଆୱେ’ ବନ୍ଦୋବସ୍ତ କରିବେ। ଆୟୋଜକ ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ଦେଇପାରିବେ ବୋଲି ସାନି ନିର୍ଦ୍ଦେଶନାମାରେ କୁହାଯାଇଛି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡ଼ିଆ ବଣ୍ଟାଯିବ ଏବଂ ଏହି ନିୟମର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe