ଡିଏମ୍ଏଫ୍ ଓ ବେଦାନ୍ତ ସହାୟତାରେ ଝାରସୁଗୁଡ଼ାରେ ହେବ କୋଭିଡ୍ ହସପିଟାଲ

ଡିଏମ୍ଏଫ୍ ଓ ବେଦାନ୍ତ ସହାୟତାରେ ଝାରସୁଗୁଡ଼ାରେ ହେବ କୋଭିଡ୍ ହସପିଟାଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ମଙ୍ଗଲବଜାର ପୁରୁଣା ମୁଖ୍ୟ ଚିକତ୍ସାଳୟ କୋଠାରେ ନିର୍ମାଣ ହେବାକୁ ଥିବା କୋଭିଡ୍ ହସପିଟାଲ ନେଇ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜ ସହିତ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ସିଏସ୍ଆର୍ ପାଣ୍ଠି ଦ୍ବାରା ହେବାକୁ ଥିବା ଏହି ହସପିଟାଲ ପାଇଁ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଯନ୍ତ୍ରପାତି, ଡାକ୍ତର ଓ କର୍ମଚାରୀ ହାଇଟେକ୍ ମେଡିକାଲ ଯୋଗାଇ ଦେବ।

୧୦ ଆଇସିୟୁ ଓ ୧୦୦ ଶଯ୍ୟା ବିଶିଷ୍ଟ ଏହି ହସପିଟାଲ ଆସନ୍ତା ୨୪ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ହସପିଟାଲର ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଧିକୃତ ଅଧିକାରୀ ଭାବରେ ମନୋନୀତ କରାଯାଇଛି।

ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟପାଇଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାର୍ଯ୍ୟରେ ସହାୟତା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସକ୍ରିୟ ସହଯୋଗରେ ରାଜ୍ୟ ସରକାର ଏହି ହସପିଟାଲ ପ୍ରତିଷ୍ଠା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe