ଝାରସୁଗୁଡ଼ା: ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ହସପିଟାଲ କରାଯିବ ବୋଲି କରାଯାଇଥିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ପ୍ରେସ୍ ବିବୃତିରେ ଏହା ପ୍ରକାଶ କରିଛନ୍ତି। ଆଜି ଭିଡିଓ କନ୍ଫରେନ୍ସିଂରେ ମନ୍ତ୍ରିମଣ୍ଡଳର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ଜଣାଇଛନ୍ତି। ଭାରତ ସରକାର ଯେଉଁ ସ୍ଥାନରେ ଅନୁମତି ଦେବେ ସେହି ସ୍ଥାନରେ ଜିଲ୍ଲାପାଳମାନେ ସ୍ଥାନ ନିରୂପଣ କରି ଚୁକ୍ତିନାମା ସ୍ବାକ୍ଷର କରିବେ। କୋଭିଡ୍ ୧୯ ପାଇଁ ପରୀକ୍ଷଣ କେନ୍ଦ୍ର ବୁର୍ଲା, ବ୍ରହ୍ମପୁର, କଳାହାଣ୍ଡି, ବଲାଙ୍ଗୀର ମେଡିକାଲ କଲେଜ, ରାଉରକେଲା ଆଇଜିଏଚ୍ ଓ ରାୟଗଡ଼ାରେ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି କେନ୍ଦ୍ର ପାଇଁ ଆର୍ଟିପିସିଆର୍ ମେସିନ୍ ଓ ଅନ୍ୟାନ୍ୟ ସମସ୍ତ ଉପକରଣ ଯୋଗାଇଦେବା ପାଇଁ ଓଏସ୍ଏମ୍ସିଏଲ୍ ଏମ୍ଡିଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ସ୍ବାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଘରୋଇ ଲ୍ୟାବ୍ ( ମୋ ଲାବ୍) ରେ ମଧ୍ୟ କୋବିଡ୍ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଜଣାଇଛନ୍ତି। ଡାକ୍ତରମାନେ ଏଣିକି କୋଭିଡ୍ ଓ ଅଣକୋଭିଡ୍ ରୋଗୀଙ୍କୁ ଅଲଗା ଚିକିତ୍ସା କରିବେ। ବୈଠକରେ ଜରୁରୀ କାଳୀନ ସଂଗ୍ରହ କମିଟି ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଓ ଖୁବ୍ ଶୀଘ୍ର ମାସ୍କ, ପିପିଇ ତଥା ଅନ୍ୟାନ୍ୟ ଚିକିତ୍ସା ଉପକରଣର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଶପଥ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
କୋଭିଡ୍ ହସ୍ପିଟାଲ ସ୍ଥାପନ ନିଷ୍ପତ୍ତି ବଦଳିଲା
Advertisment
Follow Us