ସୁନ୍ଦରଗଡ଼: କୋଭିଡ୍ ହସ୍‌ପିଟାଲରେ ୮୪% ଶଯ୍ୟା ଖାଲି, ଘରେ ରହି ସୁସ୍ଥ ହେଉଛନ୍ତି ରୋଗୀ

Advertisment
ସୁନ୍ଦରଗଡ଼: କୋଭିଡ୍ ହସ୍‌ପିଟାଲରେ ୮୪% ଶଯ୍ୟା ଖାଲି, ଘରେ ରହି ସୁସ୍ଥ ହେଉଛନ୍ତି ରୋଗୀ

ରାଉରକେଲା: କୋଭିଡ୍ ତୃତୀୟ ଲହରରେ ସଂକ୍ରମଣ ମାତ୍ରାଧିକ ରହିଛି। ଦୈନିକ ସଂକ୍ରମିତ ସଂଖ୍ୟା ବି ୨ ହଜାର ଟପିଲାଣି। ଏସବୁ ଭିତରେ ଯାହା ଆଶ୍ବସ୍ତ କରିଛି, ତାହା ହେଲା ରୋଗୀଙ୍କୁ ଆଉ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି। ପୂର୍ବାପେକ୍ଷା ରୋଗୀଙ୍କର ଜଟିଳତା ଢ଼େର୍ କମ୍। ସଂପ୍ରତି ଜିଲ୍ଲାରେ ଥିବା କୋଭିଡ୍ ହସପିଟାଲର ଖାଲି ଶଯ୍ୟା ସଂଖ୍ୟାକୁ ଦେଖିଲେ ଏହା ସ୍ପଷ୍ଟ ହୁଏ। ଆଜିର ତଥ୍ୟ ଅନୁସାରେ, କୋଭିଡ୍ ହସପିଟାଲରେ ମାତ୍ର ୧୫୪ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି, ଯାହାକି ଜିଲ୍ଲାରେ ଉପଲବ୍ଧ ଶଯ୍ୟା ସଂଖ୍ୟାର ମାତ୍ର ୧୫.୪୮%। ଅର୍ଥାତ୍ ଏବେ ଜିଲ୍ଲାର କୋଭିଡ୍ ହସପିଟାଲରେ ପ୍ରାୟ ୮୪% ଶଯ୍ୟା ଖାଲି ଅଛି।

publive-image Twitter

ଗତବର୍ଷ ଭଳି ଏଥର ମଧ୍ୟ ଜିଲ୍ଲାରେ ୪ଟି କୋଭିଡ୍ ହସପିଟାଲ ସ୍ଥାପନ କରାଯାଇଛି। ସେ ଗୁଡ଼ିକ ହେଲା, ଏନ୍‌ଟିପିସି କୋଭିଡ୍ ହସପିଟାଲ(ସୁନ୍ଦରଗଡ଼), ଜୟ ପ୍ରକାଶ କୋଭିଡ ହସପିଟାଲ, ଶାନ୍ତି ମେମୋରିଆଲ ହସପିଟାଲ ଓ ହାଇଟେକ୍ କୋଭିଡ୍ ହସପିଟାଲ। ଏସବୁ ହସପିଟାଲରେ ମୋଟ୍ ୯୯୫ଟି ଶଯ୍ୟା ଉପଲବ୍ଧ। ଏଥିମଧ୍ୟରୁ ୮୮୦ଟି ଜେନେରାଲ ବେଡ୍ ଥିବାବେଳେ ୧୧୫ଟି ଆଇସିୟୁ ବେଡ୍ ରହିଛି। ବର୍ତ୍ତମାନ ଜିଲ୍ଲାର ସକ୍ରିୟ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ହେଉଛି ୯୭୪୬। ଏଥିମଧ୍ୟରୁ ଆଇସିୟୁରେ ୬୪ ଓ ଜେନେରାଲ ବେଡରେ ୯୦, ମୋଟ୍୧୬୪ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନ୍‌ଟିପିସି ଜେନେରାଲ ବେଡରେ ୨୯ ଜଣ(ଉପଲବ୍ଧ ଶଯ୍ୟା ସଂଖ୍ୟାର ୬.୯୦%) ଚିକିତ୍ସାଧୀନ ଥିବାବେଳେ ଜୟ ପ୍ରକାଶ କୋଭିଡ ହସପିଟାଲର ଜେନେରାଲ ବେଡରେ ୨୬ ଓ ଆଇସିୟୁରେ ୫୨(୩୧.୨୦%), ହାଇଟେକ୍‌ର ଜେନେରାଲ ବେଡ୍‌ରେ ୨୦ ଓ ଆଇସିୟୁରେ ୧୨ (୧୬%) ଏବଂ ଶାନ୍ତି ମେମୋରିଆଲ ହସ୍‌ପିଟାଲର ଜେନେରାଲ ବେଡ୍‌ରେ ୧୫ (୧୨%) ଜଣ ଆକ୍ରାନ୍ତ ଚିକିତ୍ସାଧୀନ।

ଜଣେ ବି ଆକ୍ରାନ୍ତ ଭେଣ୍ଟିଲେଟର୍ରେ ନାହାନ୍ତି। ଅପରପକ୍ଷରେ ଦ୍ବିତୀୟ ଲହର ବେଳେ ଶଯ୍ୟା ସଂଖ୍ୟା ସବୁବେଳେ ଭର୍ତ୍ତି ହୋଇରହୁଥିଲା। ଭେଣ୍ଟିଲେଟର, ଆଇସିୟୁ, ଏଚ୍‌ଡିୟୁ ତଥା ଜେନେରାଲ ବେଡ୍ ମିଳିବା କଷ୍ଟକର ହୋଇପଡ଼ୁଥିଲା। ବିଶେଷକରି ଗତ ଏପ୍ରିଲ ଓ ମେ’ ମାସରେ ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା। ତେବେ ଏଥର ଏ ସ୍ଥିତି ଦେଖିବାକୁ ମିଳିନି; ଯାହାକି ଏକ ବିରାଟ ଆଶସ୍ତି ନିଶ୍ଚିତ। ଅପରପକ୍ଷରେ ଜିଲ୍ଲାର ସୁସ୍ଥ ହାର ବି ଉତ୍ସାହଜନକ ରହିଛି। ଆଜି ଜିଲ୍ଲାର ସୁସ୍ଥ ହାର ୯.୭୪%(୧୨୪୧ ଜଣ) ଥିବାବେବେଳ ଗତ ୧୪ ତାରିଖରେ ୯.୭୪%(୯୩୨), ୧୩ ତାରିଖରେ ୧୦.୦୩%(୭୧୩), ୧୨ ତାରିଖରେ ୬.୮୨%(୪୨୪) ଓ ୧୧ ତାରିଖରେ ୧୧.୦୮%(୧୩୩) ରହିଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe