କର୍କଟ କେନ୍ଦ୍ର ପାଇଁ କଟକରେ ବିସ୍ଫୋରକ ସ୍ଥିତି : ନିର୍ଦ୍ଦେଶନାମାକୁ ମୋଡ଼ି କରୋନା ବଢ଼େଇଲେ

କ୍ୱାରାଣ୍ଟିନ୍‌ ନିୟମ ପାଳନରେ ଢିଲା, ଆବଶ୍ୟକତା ଅନୁସାରେ ଠିକ୍‌ ସମୟରେ ହେଲାନି ପରୀକ୍ଷା

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ଟପିଲା, କୋଭିଡ୍‌ ସଂକ୍ରମଣର ବୃଦ୍ଧିହାର ୨୮ ପ୍ରତିଶତ କମିଲା

India TV News

କଟକ : କଟକରେ କାହଁକି ଏ ବିସ୍ପୋରକ ସ୍ଥିତି? କ’ଣ ପାଇଁ ଏବେ ହଟ୍‌ସ୍ପଟ୍‌ ପାଲଟିଲାଣି କଟକ? ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଏସ୍‌ସିବି ମେଡିକାଲରୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି। ସବୁଠୁ ସଙ୍ଗିନ ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର। ଏ ସବୁକୁ ନେଇ ଏବେ ଆରମ୍ଭ ହୋଇଛି ତର୍ଜମା। ସରକାର ବାରମ୍ବାର ସରକାରୀ, ବେସରକାରୀ ହସ୍ପିଟାଲରେ କୋଭିଡ୍‌ କର୍ଣ୍ଣର ବା ଆଇ‌ସୋଲେସନ୍‌ ୱାର୍ଡ ପାଇଁ କହିଲେ। ଏପରିକି ଫିଭର କ୍ଲିନିକ୍‌ ଉପରେ ବି ଜୋର୍‌ ଦେଲେ। ହେଲେ ସରକାରଙ୍କ ସବୁ ନିର୍ଦ୍ଦେଶନାମାକୁ ମୋଡ଼ିମକଚି ନଷ୍ଟ କରିଦେଲେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ। କେନ୍ଦ୍ରରେ କୋଭିଡ୍‌ କର୍ଣ୍ଣର କି ଆଇସୋଲେସନ୍‌ ବ୍ୟବସ୍ଥା କଲେନି; ‌ରୋଗୀଙ୍କୁ ସିଧା ୱାର୍ଡକୁ ପଠାଇଦେଲେ। ଏପରିକି ରେଡିଏସନ୍‌ ଚିକିତ୍ସା ମଧ୍ୟ ଦେଲେ। ଯାହାଫଳରେ କଟକର ସ୍ଥିତି ଏମିତି ଅଣାୟତ୍ତ ହେଲା ବୋଲି କୁହାଯାଉଛି। କେବଳ କଟକ ମହାନଗର ନିଗମ ଅଂଚଳରେ ୧ ତାରିଖରେ ସଂଖ୍ୟା ୪୬ ଥିବାବେଳେ ୪ ତାରିଖ ସୁଦ୍ଧା ୧୯୦ ଟପିସାରିଛି।

publive-image Kalinga TV

କଟକ ସାହି, ବସ୍ତି ଓ ଗଳିକନ୍ଦିର ସହର ହୋଇଥିବାରୁ ଏଠାରେ ଆଗରୁ ସତର୍କ ନହେଲେ କରୋନା ସଂକ୍ରମଣ ମାଡ଼ିଯିବ ବୋଲି ଆଶଙ୍କା କରାଯାଉଥିଲା। ଏଭଳି ଆଶଙ୍କା ଏବେ ସତ ହେବାକୁ ଯାଉଛି। ସେହି କାରଣରୁ ଆଜି ସ୍ବାସ୍ଥ୍ୟବିଭାଗ ସତର୍କତା ଓ ସଂକ୍ରମଣ ରୋକିବା ପାଇଁ ଜରୁରୀ ବୈଠକ କରିଛି। କଟକରେ ପାଖାପାଖି ଶହେ ଜଣେ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨ଶହ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ କଟକ ସହର ସମେତ ଗାଁରେ ସ୍ଥାନୀୟ ଲୋକଙ୍କ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଯଦି ଏସ୍‌ସିବି ମେଡିକାଲ ସ୍ଥିତି ଦେଖାଯାଏ; ଏଠାରେ ଶହେ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଡାକ୍ତରଙ୍କଠାରୁ ଆରମ୍ଭ କରି ସୁରକ୍ଷାକର୍ମୀଙ୍କ ପର୍ଯ୍ୟନ୍ତ, ସମସ୍ତେ ସଂକ୍ରମିତ। ସେହିପରି ଆଚାର୍ଯ୍ୟ ହରିହରରେ ଗଞ୍ଜାମ ରୋଗୀଙ୍କଠୁଁ ସଂକ୍ରମଣ ସଂଖ୍ୟା ୧୨ଦିନରେ ୧୧୪ରେ ପହଞ୍ଚିଲାଣି। ଏହା ଆଗକୁ ଆହୁରି ଅଧିକ ହେବ ବୋଲି କୁହାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଆଚାର୍ଯ୍ୟ ହରିହରରେ ୮୦ଜଣ ରୋଗୀ, ସଂପର୍କୀୟ, ହସ୍ପିଟାଲ କର୍ମଚାରୀ ସଂକ୍ରମିତ ହେବା ପରେ କେନ୍ଦ୍ରର ଡିନ୍‌ ୨ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କର୍କଟ କେନ୍ଦ୍ରର ପ୍ରତ୍ୟେକ ଡାକ୍ତର ଓ କର୍ମଚାରୀ ଫୁଲ୍‌ ପିପିଇ କିଟ୍‌ ପିନ୍ଧି ରୋଗୀଙ୍କୁ ଚିକିତ୍ସା କରନ୍ତୁ ବୋଲି ସେଥିରେ ଉଲ୍ଲେଖ ରହିଛି। ଅର୍ଥାତ୍‌ ୨୪ରେ ପ୍ରଥମ ସଂକ୍ରମିତ ଓ ତାପରେ ୨ତାରିଖ ଭିତରେ ପାଖାପାଖି ୮୦ଜଣ ସଂକ୍ରମିତ ହେବା ପରେ ଡିନ୍‌ଙ୍କ ଏହି ଚିଠି ଆସିବା, ଏହି କେନ୍ଦ୍ରରେ କୋଭିଡ୍‌ ମୁକାବିଲା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ସ୍ଥିତି ଏମିତି ଯେ, ରୋଗୀଙ୍କୁ ୱାର୍ଡରେ ସେବା କରିବାକୁ ତାଙ୍କ ସଂପର୍କୀୟ ବି ନାହାନ୍ତି। ୧୧୪ରୁ ୭୨ରୁ ଅଧିକ ରୋଗୀ ସଂପର୍କୀୟ କରୋନା ସଂକ୍ରମିତ ହୋଇଥିବାରୁ ରୋଗୀମାନଙ୍କ ଦେଖାଶୁଣା କିଏ କରିବ ବୋଲି ପ୍ରଶ୍ନ ଉଠିଲାଣି।

publive-image

ଗତକାଲି ରାତିରେ ୩୮ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କର୍କଟ କେନ୍ଦ୍ର ପରିସରରେ ସଂକ୍ରମିତଙ୍କୁ ସ୍ଥାନାନ୍ତରଣ ନେଇ ବିସ୍ପୋରକ ପରିସ୍ଥିତି ଉପୁଜିଥିଲା। ‌ହସ୍ପିଟାଲ କର୍ତ୍ତୃପକ୍ଷ କେହି ନଥିବାବେଳେ ରୋଗୀଙ୍କୁ ସ୍ଥାନାନ୍ତରଣ କରୁଥିବାରୁ ରୋଗୀମାନେ ଉତ୍ୟକ୍ତ ହୋଇ ‘ଆମକୁ ସଂକ୍ରମିତ କଲା କିଏ’ ବୋଲି ପ୍ରଶ୍ନ କରିଥିଲେ। ଖାଲି ସେତିକି ନୁହେଁ, ଆମେ ଗୋଡ଼େଇଗୋଡ଼େଇ ସମସ୍ତଙ୍କୁ ଛୁଇଁବୁ ବୋଲି କହି ପରିସରରେ ଦୌଡିବା ଆରମ୍ଭ କରିବାରୁ ସେମାନଙ୍କୁ ସ୍ଥାନାନ୍ତାରଣ ପାଇଁ ଆସିଥିବା ଗାଡି, ଡ୍ରାଇଭର ଓ କର୍ମଚାରୀମାନେ ଅଞ୍ଚଳ ଛାଡି ପଳାଇଥିଲେ। ପରେ ପୁଲିସ ଉପସ୍ଥିତିରେ ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe