ଭୁବନେଶ୍ବର: ପାଞ୍ଚଟି ଦେଶରେ କୋଭିଡ ଉଗ୍ର ରୂପ ନେବା ପରେ କେନ୍ଦ୍ରର ରାଜ୍ୟକୁ ଚିଠି ହୋଇଛି। କେନ୍ଦ୍ରର ଚିଠି ପାଇଲା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ କରାଯିବ। ଏଥି ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଆକ୍ରାନ୍ତଙ୍କ ଜିନମ ସିକ୍ୟୁଏନସିଂ ହେବ। ଆମ ପାଖରେ ପର୍ଯ୍ୟପ୍ତ ପରିମାଣର ଜେନମ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି। ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢେ ତାପରେ ଅନ୍ୟ ପଦକ୍ଷେପ ନିଆଯିବ। ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି କାହାର ଲକ୍ଷଣ ପ୍ରକାଶ ପାଇଲେ ସଂଗେ ସଂଗେ ତାର ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଙ୍ଗ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି।
ବିଦେଶରେ କୋଭିଡ ଉଗ୍ର ରୂପ ନେବା ଚିଠି ଲେଖିଲା କେନ୍ଦ୍ର, ତତ୍ପରତା ଦେଖାଇଲେ ରାଜ୍ୟ ସରକାର
Advertisment
Follow Us