ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କରୋନା : ଭିସୁଟ୍‌ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ, ଓୟୁଏଟିର କର୍ମଚାରୀଙ୍କ ପତ୍ନୀଙ୍କୁ କରୋନା

Advertisment
ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କରୋନା : ଭିସୁଟ୍‌ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ, ଓୟୁଏଟିର କର୍ମଚାରୀଙ୍କ ପତ୍ନୀଙ୍କୁ କରୋନା

slideshare.net

ଭୁବନେଶ୍ବର : ରାଜ୍ୟର ଗୋଟିଏ ପରେ ଗୋଟିଏ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଡେଉଁଛି କରୋନା। ପ୍ରଥମେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ରେ ୪ ଜଣ ଆକ୍ରାନ୍ତ ବାହାରିଛନ୍ତି। ଯେଉଁଥିପାଇଁ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। କେବଳ ଭିସୁଟ୍‌ ନୁହେଁ, ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କରୋନା ଗ୍ରାସିବା ଆଶଙ୍କା ଥିବାରୁ କର୍ତୃପକ୍ଷ ଜୁଲାଇ ୭ରୁ ୧୩ତାରିଖ ପର୍ଯ୍ୟନ୍ତ ସପ୍ତାହକ ପାଇଁ ବିଶ୍ବବିଦ୍ୟାଳୟର ସମସ୍ତ କାର୍ଯ୍ୟାଳୟ ସମେତ ପିଜି ବିଭାଗଗୁଡ଼ିକୁ ବନ୍ଦ କରି ଦେଇଛନ୍ତି। କେହି କ୍ୟାମ୍ପସକୁ ନ ଆସିବାକୁ କହିଛନ୍ତି। ତେବେ ଶିକ୍ଷକ ଓ କର୍ମଚାରୀ ଘରେ ରହିଲେ ମଧ୍ୟ ମୋବାଇଲ୍‌ ଅନ୍‌ ରଖିବେ। ଯେକୌଣସି ସମୟରେ ଅତ୍ୟାବଶ୍ୟକ ପଡ଼ିଲେ, ଆସିବାକୁ ନିର୍ଦେଶ ଦିଆଯାଇଛି।

publive-image

ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ଜଣେ କର୍ମଚାରୀଙ୍କ ପତ୍ନୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଓୟୁଏଟି କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିବାରୁ କ୍ୟାମ୍ପସରେ ଥିବା ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟରେ ଆତଙ୍କ ଖେଳିଯାଇଛି। ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ। ବରଂ ସ୍ବାବ୍‌ ନମୁନା ପରୀକ୍ଷା ଫଳକୁ ଅପେକ୍ଷା କରି ରହିଛନ୍ତି। କର୍ମଚାରୀଜଣକ ଓୟୁଏଟି କଲୋନିରେ ରହୁଥିବାରୁ କଲୋନିବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଓୟୁଏଟିକୁ ଭଲ ଭାବେ ସାନିଟାଇଜ୍‌ କରିବାକୁ ଦାବି ହୋଇଛି।

publive-image Photo: New Indian Express

୩ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ହୋଇ ବସିଛି। କ୍ୟାମ୍ପସଗୁଡ଼ିକୁ ସାନିଟାଇଜ୍‌ କରାଯାଉ ନାହିଁ କି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ବରଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ଚିଠିକୁ ଚାପି ରଖି ବରିଷ୍ଠ ଅଧିକାରୀମାନେ ବସିଛନ୍ତି। କ୍ୟାମ୍ପସକୁ ଆସି କ୍ଲାସ କରିବାକୁ ପ୍ରଫେସର ଓ କର୍ମଚାରୀଙ୍କ ଉପରେ ଚାପ ପକାଯାଉଛି। ଯେତେବେଳେ କି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଘରେ ରହି ପରୀକ୍ଷା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିୟମାବଳି ଜାରି କରିଛି। ଏଭଳି ସମୟରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ‌ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଆସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ କୁହାଯାଇଛି। ୧୩୭ଟି କେନ୍ଦ୍ରରେ ହେବାକୁ ଥିବା ଏହି ପରୀକ୍ଷାରେ ଛାତ୍ରଛାତ୍ରୀ କିଭଳି ସାମିଲ ହେବେ, ତାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe