କଳାହାଣ୍ଡି ଜିଲ୍ଲାରେ ଅଣାୟତ ହେଉଛି କରୋନା ପ୍ରକୋପ

Advertisment

ଜିଲ୍ଲାରେ ୭୧୨୪୨ ଜଣ ପରୀକ୍ଷା ହୋଇଥିବା ବେଳେ ୨୭୨୮ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି

ଜିଲ୍ଲାରେ ୭୧୨୪୨ ଜଣ ପରୀକ୍ଷା ହୋଇଥିବା ବେଳେ ୨୭୨୮ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି

ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷରୁ କମ୍‌

livemint.com

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କୋଭିଡ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ୨୭ଶହକୁ ପାର କରିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୭୧ ହଜାର ୨୪୨ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ଏପର୍ଯ୍ୟନ୍ତ ଆହୁରି ୧୩୭୯ ଜଣଙ୍କ ରିପୋର୍ଟ ବାକି ରହିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କୋଭିଡ ପଜିଟିଭ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସହର ଠାରୁ ଗାଁ ଯାଏ କରୋନା ପ୍ରକୋପ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ୭୧ ହଜାର ୨୪୨ ଜଣଙ୍କ କୋଭିଡ ପରୀକ୍ଷା ହୋଇଥିବା ବେଳେ ଏଥି ମଧ୍ୟରୁ ଆରଟିପିସିଆର ଜରିଆରେ ୨୨ ହଜାର ୬୮୮ ଟି, ତ୍ରୁନେଟ ଜରିଆରେ ୪୩୯ଟି, ଆଣ୍ଟିଜେନ ମାଧ୍ୟମରେ ୪୮ ହଜାର ୧୧୫ ଟି ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ୫୯୬୮୬ ଜଣଙ୍କ ପରୀକ୍ଷା ରିପୋର୍ଟ ଆସିଛି । ଅନ୍ୟ ୧୩୭୯ ଜଣଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ବାକି ରହିଛି । ସେଥି ମଧ୍ୟରୁ ୨୭୨୮ ଜଣଙ୍କ ରିପୋର୍ଟ ପଜିଟିଭ ଅଛି । ବର୍ତ୍ତମାନ ଭବାନୀପାଟଣା ସ୍ଥିତ ବାନ୍ଦୋପଲା ସ୍ଥିତ କୋଭିଡ ହସ୍ପିଟାଲରେରେ ୧୭୪ ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଓୟୁଏଟିରେ ଥିବା କୋଭିଡ କେୟାର ସେଣ୍ଟରରେ ୬୪ ଜଣ ଚିକିତ୍ସିତ ହେଉଥିବା ବେଳେ ମୂଷିଗୁଡା କୋଭିଡ କେୟାର ସେଣ୍ଟର ରେ ୪୪ ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ୪୩୩ ଜଣ ହୋମକ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।

ଦିନକୁ ଦିନ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲ୍ଲାର ଭବାନୀପାଟଣା ଓ ଅନ୍ୟ ସହର ମାନଙ୍କରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ହୋମକ୍ୱାରେଣ୍ଟାଇନରେ ବହୁ ଲୋକ ଥିବା ଯୋଗୁଁ ସେମାନଙ୍କ ମନିଟରିଂ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି । ଜିଲ୍ଲାକୁ ଆରଟିପିସିଆର ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ଯୋଗୁଁ କୋଭିଡ ରୋଗୀଙ୍କ ଚିକିତ୍ସା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେଉଛି । ବର୍ତ୍ତମାନ ମଧ୍ୟ ୧୩୭୯ଟି ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ମିଳିନାହିଁ । ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ପରିବାର ଲୋକ ମାନଙ୍କ ମଧ୍ୟରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପରୀକ୍ଷା ରିପୋର୍ଟ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ପଠାଗଲେ ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସା ପାଇଁ ସୁଵିଧା ହୋଇ ପାରନ୍ତା ବୋଲି ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe