ଚିନ୍ତା ବଢ଼ାଇଲାଣି ଜେଲ୍‌ ସଂକ୍ରମଣ, ଅଭିଯୁକ୍ତଙ୍କୁ ଜେଲ୍ ପଠାଇବା ପୂର୍ବରୁ କରୋନା ପରୀକ୍ଷା ଲାଗି ପୁଲିସ୍‌କୁ ଅନୁରୋଧ

Advertisment
ଚିନ୍ତା ବଢ଼ାଇଲାଣି ଜେଲ୍‌ ସଂକ୍ରମଣ, ଅଭିଯୁକ୍ତଙ୍କୁ ଜେଲ୍ ପଠାଇବା ପୂର୍ବରୁ କରୋନା ପରୀକ୍ଷା ଲାଗି ପୁଲିସ୍‌କୁ ଅନୁରୋଧ

ଭୁବନେଶ୍ବର : ରାଜ୍ୟରେ ଜେଲ୍‌ ସଂକ୍ରମଣ ବଢ଼ି ଚାଲିଥିବାରୁ ଚିନ୍ତାର କାରଣ ପାଲଟିଛି। ଏବେ ସୁଦ୍ଧା ପ୍ରାୟ ଶହେ କଏଦୀ ଓ ୪ଟି ଜେଲର ୧୭ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଜେଲ୍‌ ଭିତରେ ସଂକ୍ରମଣ ରୋକିବା ଲାଗି କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ବିନା ଟେଷ୍ଟରେ ଜେଲ୍‌ ଯାଉଥିବା କଏଦୀ ଚିନ୍ତାର କାରଣ ସାଜିଛନ୍ତି। ତେଣୁ ଯେଉଁ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଯାଉଛି, ସେମାନଙ୍କର କରୋନା ପରୀକ୍ଷା କରାଇବା ପାଇଁ ଜେଲ୍‌ ବିଭାଗ ପକ୍ଷରୁ ପୁଲିସକୁ ଅନୁରୋଧ କରାଯାଇଛି। ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ କମ୍ ସମୟ ମଧ୍ୟ‌‌ରେ ଆସୁଥିବାରୁ ଏହା କରିବା ଲାଗି ପରାମର୍ଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ଲାଗି ଗତ ମାର୍ଚ ୨୦ ତାରିଖରୁ ଜୁଲାଇ ୨୮ ଭିତରେ ୧୬ ହଜାର ୭୮୯ କଏଦୀଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe