ଭିମସାରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ଲାବ୍‌, ଭୁବନେଶ୍ବରରୁ ମିଳିବ ରିପୋର୍ଟ ବିବରଣୀ

Advertisment
ସପ୍ତାହେ ହେବ ଭିମ୍‌ସାରରେ ୱାଇଫାଇ ସେବା ବାଧାପ୍ରାପ୍ତ

ସମ୍ବଲପୁର : ଭିମସାରରେ ରବିବାର କାର୍ଯ୍ୟକ୍ଷମ ହୋଇଛି ବାୟୋ-ସେଫ୍ଟି ଲେଭଲ-୨ ଲାବୋରୋଟାରି। ଏଥିସହିତ ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ପରେ ବୁର୍ଲାରେ ମଧ୍ୟ କରୋନା ପାଇଁ ସ୍ବାବ୍‌ ପରୀକ୍ଷଣ କରାଯାଇ ପାରିବ। ଏଠାରେ ପୁଲ୍‌ ଟେଷ୍ଟ ପ୍ରକ୍ରିୟାରେ ଦିନକୁ ୨ଟି ପର୍ଯ୍ୟାୟ‌ରେ ୯୦ଟି ସ୍ବାବ୍‌ ପରୀକ୍ଷଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେବ।

ଆଜି ମିଳିଥିବା ସୂଚନା ଅନୁସାରେ, ଏଠାରେ ରବିବାର ନମୁନା ପରୀକ୍ଷଣ କରାଯାଇ ନାହିଁ। ଭିମ୍‌ସାର ପକ୍ଷରୁ କୁହାଯାଇଛି, ଏହି ଲାବୋରୋ‌ଟୋରିର ନମୁନା ପରୀକ୍ଷା ରିପୋର୍ଟ ସିଧାସଳଖ ଭୁବନେଶ୍ବର ଏମ୍ସକୁ ଦିଆଯିବ। ସେଠାରୁହିଁ ସରକାରୀ ଭାବେ ରିପୋର୍ଟ ଜାରି ହେବ। ସ୍ଥାନୀୟ କୌଣସି ଡାକ୍ତର କିମ୍ବା ପଦସ୍ଥ ଅଧିକାରୀ ଏହି ରିପୋର୍ଟ ନେଇ କିଛି କହିପାରିବେ ନାହିଁ। ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ବାବ୍‌ ନମୁନା ଏଠି ପରୀକ୍ଷଣ ହେବ ବୋଲି ଆଶା ରହିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାର ୫୩୫ ସ୍ବାବ୍‌ ସଂଗ୍ରହ ହୋଇଛି। ଏଥିରୁ ୩୫୪ ନମୁନା ପରୀକ୍ଷଣ ହୋଇ ନେଗେଟିଭ ରିପୋର୍ଟ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe