Education Next
ଦେଓଗାଁ: କରୋନା ଯୋଗୁଁ ପ୍ରତି ଗାଁର ଲୋକଙ୍କୁ ମାସ୍କ, ସାନିଟାଇଜର ଦେବା ପାଇଁ ଗାଁ କଲ୍ୟାଣ ସମିତିକୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଛନ୍ତି। ହେଲେ ଅର୍ଥ ମଞ୍ଜୁର ହେବା ୪ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ କୌଣସି ଗାଁରେ ନିୟମ ଅନୁସାରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇ ନ ଥିବାରୁ ପ୍ରତି ଗାଁରେ ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମାନେ ଅର୍ଥ ଆତ୍ମସାଦ କରିଥିବା ନେଇ ସନ୍ଦେହ କରାଯାଉଛି।
ପ୍ରକାଶ ଥାଉକି, ଦେଓଗାଁ ବ୍ଳକରେ ଥିବା ୧୨୬ଟି ଗାଁରେ ୧୨୬ଟି ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ପ୍ରତି କମିଟିରେ ୱାର୍ଡ଼ ସଭ୍ୟ, ଅଙ୍ଗନୱାଡି କର୍ମୀ , ଆଶାକର୍ମୀ, ନଳକୂପ କର୍ମୀ ଓ ଗାଁର ପ୍ରତି ମହିଳା ସ୍ବୟଂ ସହାୟକ ଦଳର ଜଣେ ଲେଖାଏଁ ମହିଳା ଏହି ଗାଁ କଲ୍ୟାଣ ସମିତିର ସଭ୍ୟ ଅଟନ୍ତି। ଏହି ସମିତିଗୁଡ଼ିକର ସଭାପତି ୱାର୍ଡ ସଭ୍ୟ ହୋଇଥିବା ବେଳେ ସଂପାଦକ ଭାବେ ଅଙ୍ଗନୱାଡି କର୍ମୀ ଦାୟିତ୍ବ ସଂପାଦନା କରିଥାନ୍ତି। ଗାଁ କଳ୍ୟାଣ ସମିତି ବା ଜିକେଏସର ଆକାଉଣ୍ଟରେ ବିଭିନ୍ନ ସରକାରୀ ଅନୁଦାନ ଜମା ହେଉଥିବାରୁ ଏହାର ଉଠାଣ ଦାୟିତ୍ବ ୱାର୍ଡ ସଭ୍ୟ ଓ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯାଇଛି।
Eater Seattleଗତ ୪ ମାସ ତଲେ କରୋନା ଯୋଗୁଁ ଜମା ହୋଇଥିବା ୧୦ହଜାର ଟଙ୍କା ବ୍ୟୟକୁ ନେଇ ଜିକେଏସ ଓ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଟଣା ଓଟରା ଆରମ୍ଭ ହେବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଜିକେଏସର କିଛି ସଭ୍ୟ ଅଭିଯୋଗ କରିଛନ୍ତି ଯେ, କିଛି ଆଶାକର୍ମୀ ସାଥୀମାନଙ୍କ ଜରିଆରେ ଜମା ହୋଇଥିବା ୧୦ହଜାର ଟଙ୍କା ମଧ୍ୟରୁ ସାଢ଼େ ୮ ହଜାର ଟଙ୍କା ସଂଗ୍ରହ କରିବାକୁ କୁହାଯାଉଛି। ଟଙ୍କା ସଂଗ୍ରହ ସମୟରେ ଏକ କାଳୀନ ମାସ୍କ ଓ ସାନିଟାଇଜର କିଣି ବଣ୍ଟନ କରାଯିବ ବୋଲି କହୁଛନ୍ତି। ଯଦି ଜିକେଏସର ଆକାଉଣ୍ଟରେ ଜମା ହେଲା ଅନ୍ୟମାନେ କାହିଁକି କିଣିବେ। ଆସିଥିବା ୧୦ ହଜାର ଟଙ୍କାରୁ ସାଢ଼େ ୮ ହଜାର ଟଙ୍କା ମଗାଯାଉଛି କାହିଁକି? ଯଦି ସେମାନେ ଖର୍ଚ୍ଚ କରିବେ ତାହା ହେଲେ ଜିକେଏସର ଆକାଉଣ୍ଟରେ ଟଙ୍କା କାହିଁକି ଜମା କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ଦେଓଗାଁର ବ୍ଳକ ପ୍ରୋଗ୍ରାମ ଅଫିସର (ବିପିଏମ) କୁମୁଦ ରଞ୍ଜନ ନାୟକଙ୍କୁ ପଚାରିବାରୁ ବର୍ତ୍ତମାନ ଜମା ହୋଇଥିବା ୧୨୬ଟି ଗାଁ ମଧ୍ୟରୁ ୨୦/ ୨୫ଟି ଗାଁରେ ମାସ୍କ ଓ ସାନିଟାଇଜର ବଣ୍ଟନ ହେବା ଆରମ୍ଭ ହୋଇଛି । ବଡ଼ ଗାଁ ପାଇଁ ସବୁ ପରିବାରକୁ ଯୋଗାଇବା ସମ୍ଭବ ନଥିବାରୁ କେବଳ ମାସ୍କ ପ୍ରତି ପରିବାରକୁ ଦେବାକୁ କୁହାଯାଇଛି। ଟଙ୍କା ଆଦାୟ ବିଷୟରେ ପଚାରିବାରୁ ଏହି ବିଷୟରେ ଶୁଣିଛି ପଚାରି କହିବି ବୋଲି ସେ କହିଛନ୍ତି।
Follow Us