ଭିମସାରରେ ଭର୍ତ୍ତି ହେଲେ ପ୍ରଥମ କରୋନା ରୋଗୀ

Advertisment
ଭିମସାରରେ ଭର୍ତ୍ତି ହେଲେ ପ୍ରଥମ କରୋନା ରୋଗୀ

ବୁର୍ଲା: ରାଜ୍ୟରେ ବର୍ଦ୍ଧିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଗତ ଶୁକ୍ରବାର ଦିନ ଭିମସାର କର୍ତ୍ତୃପକ୍ଷ ପ୍ରଥମ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେନେଇ ଡାକ୍ତରଖାନାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ମେଡିକାଲ ଅଧୀକ୍ଷକ ପ୍ରଫେସର ଲାଲ ମୋହନ ନାୟକ ନିର୍ଦେଶ ଦେଇଥିଲେ।

ଡାକ୍ତରଖାନା ଆରମ୍ଭ ହେବାର ୭ ଦିନ ପରେ ଗୁରୁବାର ପ୍ରଥମ କୋଭିଡ୍‌ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରଥମ କୋଭିଡ୍‌ ହସ୍ପିଟାଲର ଇନଚାର୍ଜ ଡା. ୱାଇପି ସାହୁଙ୍କ ସୂଚନା ଅନୁସାରେ ଭର୍ତ୍ତି ହୋଇଥିବା ରୋଗୀ ଜଣକ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ଜଣେ ୨୬ ବର୍ଷୀୟ ଯୁବକ। ସେ ଦୁଇଦିନ ପୂର୍ବରୁ ଭିମସାର ମେଡିସିନ ୱାର୍ଡର ତୃତୀୟ ୟୁନିଟରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ରକ୍ତବାନ୍ତି ହେଉଥିବାରୁ ତାଙ୍କର ଏଣ୍ଡୋସ୍କୋପି କରିବା ଆବଶ୍ୟକ ପଡ଼ିଥିଲା। ଏହା ପୂର୍ବରୁ କୋଭିଡ୍‌ ପରୀକ୍ଷା କରିବା ବେଳେ ସେ ପଜିଟିଭ୍‌ ଚିହ୍ନଟ ହୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଡା. ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe