deccan herald
ବୁର୍ଲା: ବୁର୍ଲା କୋଭିଡ ହସପିଟାଲରେ ରବିବାର କେହି କୋଭିଡ୍ ଆକ୍ରାନ୍ତ ଭର୍ତ୍ତି ହୋଇ ନଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରଥମ କୋଭିଡ୍ ହସ୍ପିଟାଲ୍ର ଭାରପ୍ରାପ୍ତ ଅଧିକାରୀ ଡା. ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି।
ଶନିବାର ହୃଦ ବିଭାଗର ଏହି ରୋଗୀ ଗୁରୁତର ଅବସ୍ଥାରେ ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। କୋଭିଡ ହସପିଟାଲାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୪ ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କେହି ନୂଆ ରୋଗୀ ଭର୍ତ୍ତି ହୋଇନ ଥିବା ବେଳେ ପ୍ରଥମ କୋଭିଡ୍ ହସ୍ପିଟାଲ୍ ରେ ଏବେ ମୋଟ ରୋଗୀ ସଂଖ୍ୟା ୨୨ ରହିଛି ବୋଲି ଡା. ନାଏକ ସୂଚନା ଦେଇଛନ୍ତି।
Follow Us