ମୟୂରଭଞ୍ଜ: କରୋନା ସଂକ୍ରମଣରେ ସେପ୍ଟେମ୍ବର ବିସ୍ଫୋରଣ, ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର

Advertisment

କେବଳ ସେପ୍ଟେମ୍ବରରେ ୪ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ, ୨୦ ମୃତ

କେବଳ ସେପ୍ଟେମ୍ବରରେ ୪ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ, ୨୦ ମୃତ

ରାଜଧାନୀରେ କରୋନା ସଂକ୍ରମଣ ୨୮ହଜାର ନିକଟତର

Zenefits

ବାରିପଦା : ସେପ୍ଟେମ୍ବରରେ ମୟୂରଭଞ୍ଜରେ କରୋନା ଦେଖେଇଛି କରାଳ ରୂପ। ଏଯାବତ ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ କେବଳ ଚଳିତ ସେପ୍ଟେମ୍ବର ମାସରେ ହିଁ ଆସିଛି। ଆଜି ଜିଲ୍ଲାରୁ ହୋଇଥିବା ୧୪୧ ନୂଆ କରୋନା ପଜିଟିଭଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୫୭କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ସେପ୍ଟେମ୍ବର ମସାରେ କେବଳ ୪ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲାରେ ସଂକ୍ରମଣର ସେପ୍ଟେମ୍ବର ବିସ୍ଫୋରଣ।

ଚଳିତ ମାସର ଆରମ୍ଭରେ ମୟୂରଭଞ୍ଜରୁ ଡବଲ୍ ସେଞ୍ଚୁରୀ(୨୧୫) ଏବଂ ଡବଲ୍ ମୃତ୍ୟୁ(୮୦ ବର୍ଷର ବୃଦ୍ଧ ଓ ୬୦ ବର୍ଷିୟା ବୃଦ୍ଧା)ରୁ ଆରମ୍ଭ ହୋଇଥିଲା । ଏହାପରେ ୮ ତାରିଖରେ ଆଉ ଗୋଟାଏ ଡବଲ୍ ସେଞ୍ଚୁରୀ(୨୦୭) ଚିହ୍ନଟ ହୋଇଥିଲା । ଏଥି ସହିତ ୩ ଓ ୫ ତାରିଖରେ ଟ୍ରିପିଲ ସେଞ୍ଚୁରୀ(୩୬୫ ଓ ୩୨୬) ଏବଂ ୨୪ ଦିନ ଧରି ସେଞ୍ଚୁରୀ ମାରିଚାଲିଥିବା ବେଳେ କେବଳ ୯ ଓ ୧୨ ତାରିଖରେ ୩ ଓ ୫୮ରେ ସିମୀତ ରହିଯାଇଥିଲା । ଜିଲ୍ଲାରେ ଆଜି ସୁଦ୍ଧା ୨୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେପ୍ଟେମ୍ବର ମାସରେ କେବଳ ୨୦ଜଣ ମୃତ୍ୟୁବରଣ କରିଛନ୍ତି। ଚଳିତ ମାସରେ ଆହୁରି ଅଧିକ ବ୍ୟକ୍ତି କରୋନାରେ ମରିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଚଳିତ ମାସରେ ୪ ହଜାର ୬୨୭ ଜଣ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି। ଯାହାକି ଆଶ୍ୱସ୍ତିର ବିଷୟ।

ଆଜିସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬ ହଜାର ୮୨୨ ଥିବାବେଳେ ସକ୍ରିୟ ସଂଖ୍ୟା ୧ ହଜାର ୨୧୦ ରହିଛି। ଏହାମଧ୍ୟରେ ବାରିପଦା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ମାସରେ କେବଳ ବାରିପଦା ପୌରାଞ୍ଚଳରୁ ପ୍ରାୟ ଦେଢ଼ ହଜାରରୁ ଊର୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାର ମୋଟ ସଂକ୍ରମଣରୁ ବାରିପଦା ପୌରାଞ୍ଚଳର ଏକ ସିଂହଭାଗ ରହିଛି। ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବାରିପଦା ପୌରାଞ୍ଚଳରେ ଏକପ୍ରକାର ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe