bbc.com
ବାଲିଆପାଳ : ବାଲିଆପାଳ ବ୍ଲକରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଆଜି ଗୋଟିଏ ଦିନରେ ୮୮ ଜଣ କରୋନା ପଜଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି। ଏହାକୁ ମିଶାଇ ବାଲିଆପାଳ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୪ରେ ପହଞ୍ଚିଛି। ସେହିପରି ଆଜି ଚେନ୍ନାଇରେ କାର୍ଯ୍ୟକରୁଥିବା ଇକଡ଼ପାଳ ଗ୍ରାମର ଆଉ ଜଣେ ଶ୍ରମିକଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସବୁଠାରୁ ବଡକଥା ହେଉଛି ଆଜି ଆସିଥିବା ରିପୋର୍ଟରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡା. ସତ୍ୟରଞ୍ଜନ ପାଣିଗ୍ରାହୀ, ଡା. ସୁବାଶିଷ ଦାସ ଓ ଏଏନଏମ ବାସନ୍ତୀ ପାତ୍ର ପଜଟିଭ୍ ଥିବା ଜଣାଯାଇଛି।
କରୋନାର ପ୍ରଥମ ସଂକ୍ରମଣରେ ଡା. ପାଣିଗ୍ରାହୀ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ତେବେ ସମସ୍ତେ ଦୁଇଟି ଡୋଜ ଭ୍ୟାକ୍ସିନ ନେଇସାରିବା ପରେ ମଧ୍ୟ ପୁନର୍ବାର ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୂର୍ବରୁ ଏହି ବ୍ଲକର ମଝିପଡ଼ା ଅଙ୍ଗନବାଡି କର୍ମୀ, ଦେଉଳା ଆଶାକର୍ମୀ ଏବଂ କଟିସାହି ଏଏନଏମ ଟିକା ନେଇ ସାରିବା ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଆଜି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବର୍ହିଃଭିବାଗକୁ ବନ୍ଦ ରଖାଯିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସଙ୍ଗରୋଧରେ ରହିବା ଓ ନିଜ ନିଜର କୋଭିଡ୍ ପରୀକ୍ଷା କରାଇବା ପାଇଁ କୁହାଯାଇଛି। ଆସନ୍ତାକାଲି ଡାକ୍ତରଖାନା ସାନିଟାଇଜ କରାଯିବ ବୋଲି ଡାକ୍ତରଖାନାର ସୁପରଭାଇଜର ରମାନାଥ କର ସୂଚନା ଦେଇଛନ୍ତି।
Follow Us