ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି ସୁସ୍ଥ ହାର; ଗୋଟିଏ ଦିନରେ ୩୬୨ ସୁସ୍ଥ, ୧୨୦ ଆକ୍ରାନ୍ତ

ଭାରତୀୟଙ୍କ ପାଖରେ ଏପରି ଜିନିଷ ଅଛି ଯେଉଁଥିପାଇଁ ମୃତ୍ୟୁହାର କମ ରହିଛି!

Oman Observer

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଧୀରେ ଧୀରେ ସୁସ୍ଥହାର ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରୁ ୩୬୨ଜଣ ସୁସ୍ଥ ହୋଇଛନ୍ତି। ଯାହାକି ଏକ ରେକର୍ଡ ବୋଲି ଜଣାପଡ଼ିଛି। ଆଜିର ସଂଖ୍ୟାକୁ ମିଶାଇ ଜିଲ୍ଲାରେ ଏଯାବତ ୮ହଜାର ୪୩୩ଜଣ ସୁସ୍ଥ ହେଲେଣି। ଯାହାକି ଆଶ୍ୱସ୍ତିର ବିଷୟ ନିଶ୍ଚୟ। ସେହିପରି ଆଜି ଜିଲ୍ଲାରୁ ୧୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୪୦୯କୁ ବୃଦ୍ଧି ପାଇଛି ।

ଆଜି ସୁଦ୍ଧା ଜିଲ୍ଲାରେ ସକ୍ରିୟ ସଂଖ୍ୟା ୧ ହଜାର ୩୦୫ ରହିଥିବା ବେଳେ ୩୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଜିଲ୍ଲାରେ କ୍ରମଶଃ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଯଦିଓ ନମୁନା ପରୀକ୍ଷା କମିଛି ମାତ୍ର ପୂର୍ବ ତୁଳନାରେ ବର୍ତ୍ତମାନ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଅବନତି ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe