କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରଶାସନିକ ଅଧିକାରୀଙ୍କୁ ଦିଆଗଲା ଜିଲ୍ଲା ଓ କୋଭିଡ୍-୧୯ ସଂକଟ ପରିଚାଳନା ଦାୟିତ୍ୱ

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି:  ପ୍ରଶାସନିକ ଅଧିକାରୀଙ୍କୁ ଦିଆଗଲା ଜିଲ୍ଲା ଓ କୋଭିଡ୍-୧୯ ସଂକଟ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: କରୋନା ଭାଇରସ  ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଏଏସ୍  ସୁରେଶ ମହାପାତ୍ର ଓ ସୌରଭ ଗର୍ଗଙ୍କୁ କୋଭିଡ ହସ୍ପିଟାଲ ଦାୟିତ୍ୱ, ପିକେ ମହାପାତ୍ରଙ୍କୁ ସାମାଜିକ ଦୂରତ୍ୱ ଗାଇଡ ଲାଇନ ନିର୍ଦ୍ଧାରଣ, ସଂଜୀବ ଚୋପ୍ରାଙ୍କୁ ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କ ପାଇଁ ବ୍ୟବସ୍ଥା, କ୍ରିଷନ କୁମାରଙ୍କୁ ଅନ୍ୟରାଜ୍ୟରୁ ଫେରିବାକୁ ଥିବା ଓଡ଼ିଆଙ୍କ ନାମ ପଂଜୀକରଣ, ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦାୟିତ୍ୱ, ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକ ଔଷଧ ଦାୟିତ୍ୱ, ବିଶାଳ ଦେବ ଓ ସଚିନ ଯାଦବଙ୍କୁ ମୁଖ୍ୟ ସଚିବଙ୍କ ଓଏସଡି ଦାୟିତ୍ୱ, ଆର ଭିନିଲ କ୍ରିଷ୍ଣାଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡି ଦାୟିତ୍ୱ ମିଳିଛି । ମେ’ ମାସ ୩ ପରେ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଓଡ଼ିଶାକୁ ଲୋକେ ଫେରିବେ । ଜିଲ୍ଲାଗୁଡ଼ିକରେ ଉତ୍ତମ ପରିଚାଳନା ଓ  ସମନ୍ୱୟ ରଖିବାକୁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

କେଉଁ ଜିଲ୍ଲାରେ କାହାକୁ ଦାୟିତ୍ୱ  

ବାଲେଶ୍ୱର ଓ ଭଦ୍ରକ: ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ
ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା: ହେମନ୍ତ ଶର୍ମା ଓ ସୁରେଶ ଦଳେଇ
ଭୁବନେଶ୍ୱର ସହର: ଅନୁ ଗର୍ଗ ଓ ଏନ୍ ତିରୁମାଲା ନାଏକ
କଟକ ସହର ଓ ଗ୍ରାମାଞ୍ଚଳ: ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର
ଗଂଜାମ ଓ ଗଜପତି: ଜି ମାଥିଭାଥନନ୍ ଓ କ୍ରିଷନ କୁମାର
ମୟୂରଭଂଜ ଓ କେନ୍ଦୁଝର: ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୁଷ୍ଟି
ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ: ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ
ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା: ସୁଶୀଲ ଲୋହାନୀ ଓ ବେଣୁଧର ବେହେରା
କଲାହାଣ୍ଡି, କନ୍ଧମାଳ ଓ ବୌଦ୍ଧ: ଶ୍ୱାଶ୍ବତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର
କୋରାପୁଟ,ମାଲକାନଗିରି,ରାୟଗଡ଼ା ଓ ନବରଙ୍ଗପୁର: ଭିଭି ଯାଦବ ଓ ରସିଦ ଖାନ୍
ନୟାଗଡ଼, ପୁରୀ,ଖୋର୍ଦ୍ଧା ଓ କଟକ ଗ୍ରାମାଞ୍ଚଳ: ଅନୀଲ କୁମାର ସାମଲ

ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼: ନିରଞ୍ଜନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe