ପର୍ବପର୍ବାଣୀରେ କଟକଣା : ୨୦୦ ଲୋକରେ ପାଳନ ହେବ ଉତ୍କଳ ଦିବସ, ବଡ଼ ସମାବେଶକୁ ବାରଣ

Advertisment
ଗଞ୍ଜାମରେ ଖୋଲିଲା ୨ କୋଭିଡ଼୍‌ ସ୍ବାସ୍ଥ୍ୟକେନ୍ଦ୍ର

the-scientist.com

ଭୁବନେଶ୍ବର : କୋଭିଡ୍‌ର ଦ୍ବିତୀୟ ଲହର ଆଶଙ୍କାରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଛନ୍ତି। ଦୋଳ, ହୋଲି ପାଳନରେ ରୋକ୍ ଲଗାଇବା ପରେ ଏପ୍ରିଲ୍‌ ମାସରେ ଥିବା ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଗୁଡ୍ ଫ୍ରାଇଡେ, ଇଷ୍ଟର୍‌, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ଓ ଶ୍ରୀରାମ ନବମୀରେ କୌଣସି ବଡ଼ ଧରଣର ସମାବେଶ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଉତ୍କଳ ଦିବସ ପାଳନକୁ ମଧ୍ୟ କାଣ୍ଟଛାଣ୍ଟ୍‌ କରାଯାଇଛି। ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ଏପ୍ରିଲ୍‌ ମାସରେ ଏହିସବୁ ପର୍ବପର୍ବାଣୀ ପଡ଼ୁଛି। ଏଥିରେ ସାଧାରଣତଃ ଲୋକମାନେ ଏକାଠି ହୋଇ ଏହି ଧାର୍ମିକ ଉତ୍ସବ ପାଳନ କରନ୍ତି। ଏପରି କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମ ପାଳନ ସମ୍ଭବ ନୁହେଁ। ତେଣୁ ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ ଓ ସାଂସ୍କୃତିକ ସମାବେଶ ହୋଇପାରିବ ନାହିଁ। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର ଓ ଚର୍ଚ୍ଚରେ କେବଳ ରୀତିନୀତି ପାଳନ କରାଯାଇପାରିବ। ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ଓ ମହାନଗର ନିଗମ କମିସନର ଆବଶ୍ୟକ କଟକଣା ଲଗାଇବେ। କେତେ ଶ୍ରଦ୍ଧାଳୁ ମନ୍ଦିର
ବା ଚର୍ଚ୍ଚ ଯାଇପାରିବେ ତାହା ଜିଲ୍ଲାପାଳ/କମିସନର୍‌ ନିର୍ଦ୍ଧାରଣ କରିବେ। ଯେତିକି ଲୋକଙ୍କୁ ଅନୁମତି ମିଳିବ, ସେମାନେ ଯେପରି କୋଭିଡ୍‌ ନିୟମ ଠିକ୍ ଭାବେ ପାଳନ କରନ୍ତି, ତାହାକୁ ନିଶ୍ଚିତ କରାଯିବ।

ଉତ୍କଳ ଦିବସ ପାଳନ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଦିବସରେ କୌଣସି ସ୍ଥାନରେ ବଡ଼ ଧରଣର ସମାବେଶ ହେବ ନାହିଁ। ପ୍ରଶାସନ ପକ୍ଷରୁ ହେବାକୁ ଥିବା ଉତ୍କଳ ଦିବସ ସଭାରେ ଲୋକ ସଂଖ୍ୟା ୨୦୦ ଭିତରେ ସୀମିତ ରହିବ। ସେହି ସଭା‌େର ଶାରୀରିକ ଦୂରତ୍ବ, ମାସ୍କ ଓ ସାନିଟାଇଜର୍‌ ଆଦି ବାଧ୍ୟତାମୂଳକ ହେବ। ଏହା ବାଦ୍ କୌଣସି ଘରୋଇ ସଂସ୍ଥା ଉତ୍କଳ ଦିବସ ପାଳନ କରିବାକୁ ଚାହିଁଲେ, ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ। ଆୟୋଜକମା‌େନ ଯେପରି କୋଭିଡ୍‌ ନିୟମ ପାଳନ କରନ୍ତି, ତାହାକୁ ପ୍ରଶାସନ ନିଶ୍ଚିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe