ମୟୂରଭଞ୍ଜ: ୭୦ ହଜାର ଛୁଇଁଲା ନମୁନା ପରୀକ୍ଷା

Advertisment

ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ୨ଶହ ପାର, ୨ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ୨ଶହ ପାର, ୨ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ନମୁନା ପରୀକ୍ଷା କମୁଛି, ୫୮ହଜାରରୁ ଖସି ୪୩ହଜାରରେ ପହଞ୍ଚିଲାଣି

WRBL

ବାରିପଦା : ନମୁନା ପରୀକ୍ଷା ବଢ଼ୁଛି। ଏହା ସହିତ ତାଳ ଦେଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମଥର ପାଇଁ ଆଜି ଗୋଟିଏ ଦିନରେ ୨ଶହ ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା। ରେକର୍ଡ ସଂଖ୍ୟକ ୨୧୯ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨ହଜାର ଟପିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଆଜିସୁଦ୍ଧା ଜିଲ୍ଲାରେ ମୋଟ ନମୁନା ପରୀକ୍ଷା ପ୍ରାୟ ୭୦ହଜାର ଛୁଇଁଛି। ଯାହାକି ଦୈନିକ ପରୀକ୍ଷଣର ପ୍ରାୟ ଦଶ ଗୁଣରୁ ଅଧିକ। ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ୍ ଆରମ୍ଭ ହେବା ଦିନରୁ ନମୁନା ପରୀକ୍ଷା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହାସହିତ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଲଗାମଛଡ଼ା ହେବାରେ ଲାଗିଛି। ବିଶେଷକରି ସ୍ଥାନୀୟ ସଂକ୍ରମଣ ଅଣାୟତ ହୋଇପଡ଼ିଛି। ଆଜି ଚିହ୍ନଟ ହୋଇଥିବା ୨୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ଆଜି ୭ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ହୋମ୍ କ୍ବାରାଣ୍ଟିନ୍‌ରୁ ୧୩ ପଜିଟିଭ୍ ଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମାତ୍ର ୬ଜଣ ରହିଛନ୍ତି।

ଗତ ମେ ୭ରେ ଜିଲ୍ଲାର କପ୍ତିପଦା ବ୍ଲକ୍ ଅଞ୍ଚଳରୁ ଆରମ୍ଭ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୦୦୧ରେ ପହଞ୍ଚିଛି। ପରବର୍ତ୍ତୀ ସମୟରେ ଏହା ସାରା ଜିଲ୍ଲାକୁ ଗ୍ରାସ କରିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଆଜି ସୁଦ୍ଧା ଜିଲ୍ଲାରେ ୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟଯେ ଗତ ମେ ମାସରେ ଜିଲ୍ଲାରୁ ମାତ୍ର ୧୭ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଜୁନରେ ୧୯୧ ଜଣ, ଜୁଲାଇରେ ୪୪୪ ଜଣ ଏବଂ ଚଳିତ ମାସ ଆଜି ସୁଦ୍ଧା ୧୩୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ଚଳିତ ମାସ ୧୨ରୁ ୨୨ ମଧ୍ୟରେ ଜିଲ୍ଲାରେ ମୋଟ ୧,୦୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୦୪୬ ରହିଥିବା ସମୟରେ ଆଜି ସୁଦ୍ଧା ସକ୍ରିୟ ସଂଖ୍ୟା ୯୪୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe