image source--new indianl express
ଭୁବନେଶ୍ୱର: ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୭୫୮କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୭,୬୫୮ଟି ଆରଟିପିସିଆର ଏବଂ ୪୦,୦୧୦ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍ରେ ୯୦ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଭାରତରେ ପୂର୍ବଦିନ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷରୁ ଅଧିକ ୧୨,୦୬,୮୦୬ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଥିଲା। ଏହା ଏକ ସର୍ବକାଳୀନ ରେକର୍ଡ ଥିବା ଜଣାପଡ଼ିଛି। ଦେଶରେ ବୃଦ୍ଧି ପାଇ ଚାଲିଥିବା କରୋନାଭାଇରସ୍ ବା କୋଭିଡ୍- ୧୯ ମହାମାରୀ ଉପରେ ଲଗାମ୍ ଲଗାଇବା ପାଇଁ ଉଚ୍ଚ ପରୀକ୍ଷଣ ହେଉଛି କରୋନା ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ହେଉଛି ଏହାର ଲକ୍ଷ୍ୟ।
କରୋନାଭାଇରସ୍ ସଂକ୍ରମଣର ବିସ୍ତାରକୁ ରୋକିବା ହେଉଛି ସରକାରଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୂଚନା ଦେଇ କହିଛି ଯେ କୋଭିଡ୍-୧୯ ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି।
Follow Us